1 ବଂଶାବଳୀ 24:6 - ଓଡିଆ ବାଇବେଲ6 ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ-ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)6 ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦୋକ ଯାଜକର ଓ ଅବୀୟାଥରର ପୁତ୍ର ଅହୀମେଲକ୍ର ଓ ଯାଜକୀୟ ଓ ଲେବୀୟ ପିତୃବଂଶପ୍ରଧାନମାନଙ୍କ ସାକ୍ଷାତରେ ଲେବୀ-ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପୁଣି, ରାଜାଙ୍କର, ଅଧିପତିମାନଙ୍କର, ସାଦୋକ ଯାଜକର, ଅବୀୟାଥରର ପୁତ୍ର ଅହୀମେଲକ୍ର, ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଲେବୀ ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା। Gade chapit laପବିତ୍ର ବାଇବଲ6 ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ। Gade chapit la |