Biblia Todo Logo
Bib sou entènèt

- Piblisite -




ସିଫନୀୟ 3:16 - ପବିତ୍ର ବାଇବଲ

16 ସେତେବେଳେ ଯିରୁଶାଲମକୁ କୁହାଯିବ, “ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।

Gade chapit la Kopi

ଓଡିଆ ବାଇବେଲ

16 ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।

Gade chapit la Kopi




ସିଫନୀୟ 3:16
21 Referans Kwoze  

ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।


ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।


ମୁଁ ଜାଣେ ତୁମ୍ଭର ବହୁତ ଧୈର୍ଯ୍ୟ ଅଛି କାରଣ ତୁମ୍ଭେ ମୋ’ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବାରେ ତୁମ୍ଭେ କ୍ଳାନ୍ତ ହୋଇ ପଡ଼ି ନାହଁ।


ସେଥିପାଇଁ ମୁଁ କୁହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମୋର ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହେବ।


ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।


ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।


ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର, ଉଚ୍ଚ ପର୍ବତକୁ ଯାଅ। ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର। ଜୋ‌ର୍‌ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”


ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ।


“କିନ୍ତୁ ଏହି ଦିନଗୁଡ଼ିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ଯିରୁଶାଲମ ଓ ଯିହୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ।


ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ; କିମ୍ବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ। ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।


ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।


ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।


ସେତେବେଳେ ଲୋକେ ଏହି କଥା କହିବେ, “ଏହି ଆମ୍ଭର ପରମେଶ୍ୱର ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ, ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”


ହେ ଦେଶ, ଭୟ କର ନାହିଁ। ସୁଖୀ ହୁଅ, ଆନନ୍ଦ କର କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ।


ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”


Swiv nou:

Piblisite


Piblisite