Biblia Todo Logo
Bib sou entènèt

- Piblisite -




ସିଫନୀୟ 2:13 - ପବିତ୍ର ବାଇବଲ

13 ସଦାପ୍ରଭୁ ଉତ୍ତରକୁ ଯିବେ ଏବଂ ଅଶୂରକୁ ଦଣ୍ତ ଦେବେ। ନୀନିବୀ ଗୋଟିଏ ଶୂନ୍ୟ ଶୁଷ୍କ ମରୁଭୂମିରେ ପରିଣତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂରକୁ ବିନଷ୍ଟ କରିବେ; ଆଉ, ସେ ନୀନିବୀକି ଧ୍ଵଂସସ୍ଥାନ ଓ ପ୍ରାନ୍ତର ପରି ଶୁଷ୍କ କରିବେ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂର ଦେଶକୁ ବିନଷ୍ଟ କରିବେ। ଆଉ, ସେ ନୀନିବୀ ସହରକୁ ଧ୍ୱଂସସ୍ଥାନ ଓ ପ୍ରାନ୍ତର ପରି ଶୁଷ୍କ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂର ଦେଶକୁ ବିନଷ୍ଟ କରିବେ। ଆଉ, ସେ ନୀନିବୀ ସହରକୁ ଧ୍ୱଂସସ୍ଥାନ ଓ ପ୍ରାନ୍ତର ପରି ଶୁଷ୍କ କରିବେ।

Gade chapit la Kopi




ସିଫନୀୟ 2:13
19 Referans Kwoze  

ଯେଉଁମାନେ ତୁମ୍ଭର ଅବସ୍ଥାକୁ ଦେଖିବେ, ସମସ୍ତେ ମର୍ମାହତ ହେବେ ଓ ତୁମ୍ଭଠାରୁ ଦୂରେଇ ଯିବେ। ସେମାନେ କହିବେ, ‘ନୀନିବୀ ଧ୍ୱଂସ ହେଉଛି। କିଏ ତା’ ପାଇଁ କାନ୍ଦିବ?’ ଆମ୍ଭେ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଜଣଙ୍କୁ କେଉଁଠାରୁ ପାଇବା?”


ଏହି ପୁସ୍ତକ ଇଲକୋଶୀୟ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧରେ ଏକ ଦୁଃଖବାର୍ତ୍ତା ଅଟେ।


ଅଶୂର ଭାବେ ସେ ମହାନ। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା’ ବିରୁଦ୍ଧରେ ଏକ ଭୟଙ୍କର ବ୍ୟାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ୟ ହରାଇବ। ତା'ପରେ ଅଶୂରର ସମସ୍ତ ଗୌରବ ଧ୍ୱଂସ ପାଇବ। ଏହା ଅଶୂରର ସମସ୍ତ ଧ୍ୱଂସ କରିବା ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନି ସଦୃଶ ହେବ।


ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ।


ତୁମ୍ଭେ ସେହିସବୁ କାମ କରି ପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ୱଂସ କରିବ। ଖଣ୍ତା ତୁମ୍ଭକୁ ହତ୍ୟା କରିବ, ତୁମ୍ଭର ଜମିରେ ଦଳେ ପଙ୍ଗପାଳ ସଦୃଶ ଦେଖାଯିବେ ଯିଏ କି ଆସିବ ଏବଂ ସବୁ ଖାଇ ଦେବେ। ନୀନିବୀ, ତୁମ୍ଭେ ବଢ଼ି ଗ୍ଭଲିଲ। ତୁମ୍ଭେ ପଲ ପଙ୍ଗପାଳ ସଦୃଶ ହେଲ।


ସେମାନେ ସେମାନଙ୍କର ‌‌ଖ‌ଡ଼୍‌ଗ ବ୍ୟବହାର କରିବେ ଓ ଅଶୂରୀୟମାନଙ୍କୁ ଶାସନ କରିବେ। ସେମାନେ ମଧ୍ୟ ନିମ୍ରୋଦ ଦେଶର ଲୋକମାନଙ୍କୁ ହସ୍ତରେ ‌‌ଖ‌ଡ଼୍‌ଗ ଧାରଣ କରି ଶାସନ କରିବେ। କିନ୍ତୁ ଇସ୍ରାଏଲର ଶାସକ ଯେଉଁ ଅଶୂରୀୟମାନେ ଆମ୍ଭ ଦେଶକୁ ଆସିବେ ଓ ଆମ୍ଭ ସୀମା ମଧ୍ୟରେ ପ୍ରବେଶ କରିବେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ପରମେଶ୍ୱର କହିବେ, “ମୁଁ ଅଶୂରକୁ ଏକ ଯଷ୍ଟିରୂପେ ବ୍ୟବହାର କରିବି। ଏହି କ୍ରୋଧରୂପକ ଦଣ୍ଡ ଇସ୍ରାଏଲକୁ ଶାସ୍ତି ଦେବେ।


ଏହା ମୋର ଯୋଜନା ସମଗ୍ର ପୃଥିବୀ ପାଇଁ ଅଛି। ମୁଁ ସମସ୍ତ ଜାତିଗଣମାନଙ୍କୁ ଦଣ୍ଡ ଦେବା ପାଇଁ ମୋର ଶକ୍ତି ପ୍ରୟୋଗ କରିବି।”


ତେଣୁ ଅଶୂର ରାଜା ସ‌‌‌ନ୍‌‌‌ହେରୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସେଠାରେ ବାସ କଲା।


“ହା‌‌‌ତ୍‌‌‌ସୋର ଶୃଗାଳମାନଙ୍କର ବାସସ୍ଥାନ ହେବ। କୌଣସି ଲୋକ ସେଠାରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ୟ ସନ୍ତାନ ତା’ ମଧ୍ୟରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହୋଇ ରହିବ।”


ସଦାପ୍ରଭୁ କହିଲେ, “ନୀନିବୀ ଗୋଟିଏ ବିରାଟ ନଗରୀ। ସେଠାରେ ଲୋକମାନେ ବହୁତ ମନ୍ଦକାର୍ଯ୍ୟ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସେହି ନଗରୀକୁ ଯାଅ ଏବଂ ତାହା ବିରୁଦ୍ଧରେ ଆମ୍ଭ ବିଗ୍ଭରଧାରା ଘୋଷଣା କର।”


ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।”


ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବା‌ଲ୍‌ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ


Swiv nou:

Piblisite


Piblisite