Biblia Todo Logo
Bib sou entènèt

- Piblisite -




ସିଫନୀୟ 2:10 - ପବିତ୍ର ବାଇବଲ

10 ମୋୟାବ ଓ ଅମ୍ମୋନର ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହୋଇଥିଲେ ଏବଂ ସେମାନଙ୍କୁ ଅପମାନିତ କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍‍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।

Gade chapit la Kopi




ସିଫନୀୟ 2:10
18 Referans Kwoze  

ଏହା ଶୁଣା ଯାଉଛି ଯେ, ମୋୟାବ ଅତ୍ୟନ୍ତ ଗର୍ବୀ ଓ ଅହଙ୍କାରୀ। ସେ କେତେ ଆତ୍ମଭିମାନୀ ଗର୍ବୀ ଏବଂ କ୍ରୋଧୀ ମାତ୍ର, ତା'ର ଏ ଅହଙ୍କାର ଅଧିକ ସମୟ ରହିବ ନାହିଁ।


“ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଗର୍ବ, ତାହାର ଦର୍ପ ଓ ତାହାର ଚିତ୍ତର ଅହମିକା କଥା ଶୁଣିଅଛୁ।”


ସଦାପ୍ରଭୁ କୁହନ୍ତି, “ଆମ୍ଭେ ଶୁଣିଛୁ ମୋୟାବ ଓ ଅମ୍ମୋନର ଲୋକମାନେ କ’ଣ କହିଲେ। ସେହି ଲୋକମାନେ ଆମ୍ଭ ଲୋକମାନଙ୍କୁ ଅପମାନିତ କଲେ। ସେମାନେ ନିଜର ରାଜ୍ୟକୁ ବଢ଼ାଇବା ପାଇଁ ସେମାନଙ୍କର ଜମି ସବୁ ଅକ୍ତିଆର କଲେ।


ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍। “ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି, କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”


ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସେହି ଗୁମ୍ଫା ଗୁଡ଼ିକରେ ବାସ କର। ତୁମ୍ଭେ ସେହି ଉଚ୍ଚ ସ୍ଥାନରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ‘ମୋତେ କେହି ଭୂମି ଉପରକୁ ଆଣି ପାରିବେ ନାହିଁ।’”


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘କେତେ ଦିନ ତୁମ୍ଭେ ମୋତେ ଅମାନ୍ୟ କରିବ? ମୋର ଲୋକମାନଙ୍କୁ ଯିବାକୁ ଦିଅ ଓ ସେମାନଙ୍କୁ ମୋର ଉପାସନା କରିବାକୁ ଦିଅ।


ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ।


ଯିରୁଶାଲମର ଅପରିଷ୍କାର ଗଳି ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା। ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ। ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ, ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”


କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇସ୍ରାଏଲ ଦେଶର ଦୁର୍ଭାଗ୍ୟ ସମୟରେ କରତାଳି ଦେଇଅଛ, ପଦାଘାତ କରିଅଛ ଏବଂ ଇସ୍ରାଏଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ।


କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।


ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା।


“ତୁମ୍ଭେମାନେ କହିପାରିବ ନାହିଁ ‘ଆମ୍ଭେମାନେ ବୀର ଓ ଯୁଦ୍ଧରେ ସାହସୀ।’


ତୁମ୍ଭେ ଇସ୍ରାଏଲର ଶତ୍ରୁମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇସ୍ରାଏଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀମାନେ ଯିରୁଶାଲମ ନଗରଦ୍ୱାର ଦେଇ ପ୍ରବେଶ କଲେ। ସେହି ବିଦେଶୀମାନେ ଯିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ ହେଲ।


Swiv nou:

Piblisite


Piblisite