Biblia Todo Logo
Bib sou entènèt

- Piblisite -




ସିଫନୀୟ 1:16 - ପବିତ୍ର ବାଇବଲ

16 ଏହା ଯୁଦ୍ଧ ସମୟ ପରି ଏକ ସମୟ ହେବ, ଯେତେବେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀରେ ତୂରୀର ଓ ଯୁଦ୍ଧର କାନ୍ଦଣା ଶୁଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତୂରୀଧ୍ଵନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀରବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ।

Gade chapit la Kopi

ଓଡିଆ ବାଇବେଲ

16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀରବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀର-ବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ।

Gade chapit la Kopi




ସିଫନୀୟ 1:16
17 Referans Kwoze  

ଯଦି ନଗରରେ ତୂରୀ ବାଜି ଉଠିବ ତେବେ ଲୋକମାନେ ଭୟରେ ଥରହର ହେବେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।


“ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି।


ମୋର ଲୋକମାନେ ରାଜନଗରୀ ପରିତ୍ୟାଗ କରିବେ ଓ ଜନାକୀର୍ଣ୍ଣ ନଗର ଜନଶୂନ୍ୟ ହେବ। ଗିରି ଓ ପ୍ରହରୀ ଦୁର୍ଗ ଚିରକାଳ ଗୁହାମୟ, ବନ୍ଦ ଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ।


ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡ଼ି ଦେଲେ। ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ ସେଗୁଡ଼ିକ ଧ୍ୱଂସ ହେଲେ। ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା। କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।


“ଗିବିୟାରେ ତୂରୀ ବଜାଅ। ରାମାରେ ତୂରୀ ବଜାଅ। ବୈଥ-ଆବନରେ ସତର୍କ କରିଦିଅ। ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।


ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପିତ ହେଉଅଛି। କାରଣ ସେମାନେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।”


ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୁଶାଲମରୁ ପଳାୟନ କର। ତିକୋୟ ନଗରରେ ତୂରୀ ବଜାଅ ଓ ବୈ‌ଥ୍‌ହକେରମରେ ଧ୍ୱଜା ଟେକ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।


ଆମ୍ଭେମାନେ ଅନ୍ଧଲୋକ ପରି କାନ୍ଥ ପାଖରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ୟାହ୍ନରେ ସନ୍ଧ୍ୟାବେଳପରି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୁଷ୍ଟ ଲୋକମାନଙ୍କ ମଧ୍ୟରେ ମୃତଲୋକପରି ରହିଅଛୁ।


“ଅନ୍ୟ ଜାତୀୟମାନେ ତୁମ୍ଭମାନଙ୍କୁ ଘେରାଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକୁ ଆକ୍ରମଣ କରିବେ। ତୁମ୍ଭେମାନେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ଼ ପାଚେରୀ ତୁମ୍ଭମାନଙ୍କୁ ସୁରକ୍ଷା ଦେବ ମାତ୍ର ତାହା ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ସେହି ପାଚେରୀମାନ ଭାଙ୍ଗି ପଡ଼ିବ। ସଦାପ୍ରଭୁ ଦେଇଥିବା ଦେଶରେ ସବୁଆଡ଼େ ଶତ୍ରୁମାନଙ୍କର ଛାଉଣି ହୋଇଯିବ।


ସେଦିନ ଗୋଟିଏ ବଡ଼ ମେଷର ତୂରୀବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।


ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପରେ ଗୋଟିଏ ବିପଦ ସଙ୍କେତ କରି ପାଟି କର। ସମଗ୍ର ଦେଶବାସୀ ଭୟରେ କମ୍ପିତ ହେବ। ସଦାପ୍ରଭୁଙ୍କର ବିଶେଷ ଦିନ ଆସୁଛି। ସେହି ବିଶେଷ ଦିନଟି ଅତି ସନ୍ନିକଟ।


ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ।


ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିଯାଇଛି। ସେହି ସମୟ ଆସୁଅଛି, ତୁମ୍ଭର ଶେଷ ବିଗ୍ଭର ଦିନ ଅତି ନିକଟ। ସେହି ଦିନଟି ସନ୍ଦେହର ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ।


Swiv nou:

Piblisite


Piblisite