Biblia Todo Logo
Bib sou entènèt

- Piblisite -




ସିଫନୀୟ 1:11 - ପବିତ୍ର ବାଇବଲ

11 ସହରର ନିମ୍ନ ଅଂଶରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ୟବସାୟୀ ଓ ଧନୀ ବଣିକମାନେ ଧ୍ୱଂସ ହୋଇଯିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।

Gade chapit la Kopi




ସିଫନୀୟ 1:11
16 Referans Kwoze  

ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି।


“‘ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମୋର ‌‌ଖ‌ଡ଼୍‌ଗ ଲୋକମାନଙ୍କ ବିରୁଦ୍ଧରେ ଓ ସମସ୍ତ ଇସ୍ରାଏଲର ଅଧିପତିଗଣଙ୍କ ବିରୁଦ୍ଧରେ ଉତ୍ତୋଳିତ ହୋଇଅଛି। ସେମାନେ ମୋ’ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତିରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର।


ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।


ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”


ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।


ହେ ମଦ୍ୟପିଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ୟପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସେହି ମଧୁର ଦ୍ରାକ୍ଷାରସ ଶେଷ ହୋଇଛି। ତୁମ୍ଭେମାନେ ଆଉ ତା'ର ସ୍ୱାଦ ପାଇବ ନାହିଁ।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।”


ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା’ ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା’ ପ୍ରତି ମାଟିଗଦା ପରି।


କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା'ର ରୂପାସବୁ ପାଇବ।


ତୁମ୍ଭେ କରେଥୀୟର ଲୋକମାନେ, ତୁମ୍ଭେମାନେ ସମୁଦ୍ର ନିକଟରେ ରହୁଛ, ସଦାପ୍ରଭୁଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ଏହି ବାର୍ତ୍ତା ଅଟେ। ହେ କିଣାନ, ହେ ପଲେଷ୍ଟୀୟ, ତୁମ୍ଭେମାନେ ସମସ୍ତେ ଧ୍ୱଂସ ହେବ। ତୁମ୍ଭମାନଙ୍କ ମଧ୍ୟରୁ କେହି ବଞ୍ଚିବେ ନାହିଁ।


ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ। ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ।


Swiv nou:

Piblisite


Piblisite