Biblia Todo Logo
Bib sou entènèt

- Piblisite -




ସିଫନୀୟ 1:10 - ପବିତ୍ର ବାଇବଲ

10 ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋ‌ର୍‌ରେ ଶବ୍ଦ ଶୁଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ସଦାପ୍ରଭୁ କହନ୍ତି, ସେଦିନ ମତ୍ସ୍ୟଦ୍ଵାରଠାରୁ କ୍ରନ୍ଦନର ଶଦ୍ଦ ଓ (ନଗରର) ଦ୍ଵିତୀୟ ବିଭାଗଠାରୁ ହାହାକାର ଶଦ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶଦ୍ଦ ଶୁଣାଯିବ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ସଦାପ୍ରଭୁ କହନ୍ତି, ସେହି ଦିନ ମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦ ଓ ଉପ-ପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ସଦାପ୍ରଭୁ କହନ୍ତି, “ସେହି ଦିନ ମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ।

Gade chapit la Kopi




ସିଫନୀୟ 1:10
18 Referans Kwoze  

ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହାରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକାରେ ଥିଲା ଏବଂ ଗୀହୋନ ଝରଣାର ପଶ୍ଚିମ ପାର୍ଶ୍ୱରୁ ମତ୍ସ୍ୟ ଦ୍ୱାରର ପ୍ରବେଶ ପଥ ପର୍ଯ୍ୟନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗରେ ବେଷ୍ଟନ କରି ରହିଥିଲା। ସେ ସେହି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହା ପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।


ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”


ଏଣୁ ହି‌ଲ୍‌‌‌କିୟ ଯାଜକ, ଅହୀକାମ୍, ଅ‌କ୍‌ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତି‌କ୍‌ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।


ହସନାୟାର ପୁତ୍ରମାନେ ମତ୍ସ୍ୟଦ୍ୱାର ଗଠନ କଲେ। ସେମାନେ ତାର କଡ଼ି ଚଢ଼ାଇଲେ, ତା'ର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।


ସେହି ଦିନ ପରମେଶ୍ୱର ତାଙ୍କର କ୍ରୋଧ ଦେଖାଇବେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ୱଂସର ସମୟ ହେବ। ଏହା ଏକ ଧ୍ୱଂସ ବିଧ୍ୱଂସ୍ତର ଦିନ ହେବ। ଏହା ଏକ ଅନ୍ଧକାର ଓ ଖେଦର ଦିନ ହେବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହେବ।


ତୁମ୍ଭେ ସଦାପ୍ରଭୁ ମୋର ପ୍ରଭୁଙ୍କ ସମ୍ମୁଖରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।


ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା।


ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”


ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।


ଏହି ପ୍ରକାରେ ସଦାପ୍ରଭୁ ହିଜକିୟ ଓ ଯିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସ‌ନ୍‌ହେରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।


ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।


ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ।


ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।


ହି‌ଲ୍‌‌‌କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟ‌ଦ୍‌ବକ୍ତ୍ରୀ ହୁ‌ଲ୍‌ଦାଙ୍କ ନିକଟକୁ ଗଲେ। ହୁ‌ଲ୍‌ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍‌ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁ‌ଲ୍‌ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକଗଣ ହୁ‌ଲ୍‌ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।


ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ।


ସେମାନେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତେବେଳେ ସେମାନେ ସେମାନଙ୍କର ମୃତ ଶରୀର ମୂର୍ତ୍ତିମାନଙ୍କ ମଧ୍ୟରେ, ଯଜ୍ଞବେଦି ଗ୍ଭରିପାଖରେ, ପର୍ବତର ଶୀର୍ଷ ଦେଶରେ, ଶୃଙ୍ଗରେ, ପ୍ରତ୍ୟେକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରତ୍ୟେକ ଅଲୋନ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କରେ ସେମାନେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନୈବେଦ୍ୟ ଉତ୍ସର୍ଗ କରୁଥିଲେ, ସେହି ସକଳ ସ୍ଥାନରେ ପାଇବେ।


Swiv nou:

Piblisite


Piblisite