Biblia Todo Logo
Bib sou entènèt

- Piblisite -




ଯିଖରୀୟ 9:2 - ପବିତ୍ର ବାଇବଲ

2 ଏହା ମଧ୍ୟ ସତ୍ୟ ଯେ, ହମାତ୍, ସୋର ଓ ସୀଦୋନ ସୀମାରେ ଅବସ୍ଥିତ ଅଟେ। କାରଣ ସେମାନେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୁର୍ଗ ନିର୍ମାଣ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ତହିଁର ପାର୍ଶ୍ଵସ୍ଥିତ ହମାତ୍ ଓ ଅତି ଜ୍ଞାନି ହେବାରୁ ସୋର ଓ ସୀଦୋନ ତହିଁର ବିଶ୍ରାମ-ସ୍ଥାନ ହେବ।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍‍ ଓ ସୋର ଓ ସୀଦୋନ ଅତି ଜ୍ଞାନି ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍‍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।

Gade chapit la Kopi




ଯିଖରୀୟ 9:2
20 Referans Kwoze  

“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋରରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି; “‘ତୁମ୍ଭେ ଜଣେ ଆଦର୍ଶ ପୁରୁଷ ଥିଲ ଓ ତୁମ୍ଭେ ଜ୍ଞାନରେ ପରିପୂର୍ଣ୍ଣ ଥିଲ ଏବଂ ତୁମ୍ଭେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଲାଭ କଲ।


ଦମ୍ମେଶକ ପାଇଁ ଏହି ବାର୍ତ୍ତା, “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି। ସେମାନେ ନିରୁତ୍ସାହିତ ହୋଇଅଛନ୍ତି, ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।


ଇସ୍ରାଏଲର ଲୋକମାନେ ସେମାନଙ୍କର ଗୃହ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେହି ଲୋକମାନେ ସାରିଫ‌‌‌‌ତ୍‌‌‌‌ର ବାଟରେ ଥିବା କନାନୀୟ ରାଜ୍ୟକୁ ଅଧିକାର କରିବେ। ଯିହୁଦାର ଲୋକମାନେ ଯିରୁଶାଲମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ସଫାରଦରେ ବାସ କଲେ। କିନ୍ତୁ ସେମାନେ ଦକ୍ଷିଣର ନଗରଗୁଡ଼ିକୁ ଅଧିକାର କରିବେ।


“କିନ୍ତୁ ହେ ଇସ୍ରାଏଲବାସୀ, ତୁମ୍ଭ ଦେଶ ବିରୁଦ୍ଧରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସେହି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ୟ ଉପରେ ଦୁଃଖ କ୍ଳେଶ ଆଣିବ। ଏହି କ୍ଳେଶ ହମାତଠାରୁ ଅରାବା ମାର୍ଗ ପର୍ଯ୍ୟନ୍ତ ଲାଗି ରହିବ।” ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା କୁହନ୍ତି।


ଫାରୋ-ନଖୋ ଯିହୋୟାହ‌ସଙ୍କୁ ହମାତ୍ ଦେଶସ୍ଥ ରି‌ବ୍‌ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ।


“ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”


ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।


ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।


ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।


ହମାତ୍, ବରୋଥା, ଦମ୍ମେଶକ ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହ‌‌ତ୍‌‌ତ୍ସର ହତ୍ତୀକୋନ୍।


ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,


ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ।


Swiv nou:

Piblisite


Piblisite