Biblia Todo Logo
Bib sou entènèt

- Piblisite -




ଯିଖରୀୟ 8:6 - ପବିତ୍ର ବାଇବଲ

6 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଜଣାପଡ଼େ, ଏହା ସେମାନଙ୍କ ପ୍ରତି ମଧ୍ୟ ବିସ୍ମୟଜନକ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ଲୋକମାନଙ୍କର ଅବଶିଷ୍ଟାଂଶର ଦୃଷ୍ଟିରେ ତାହା ସେହି ସମୟରେ ଆଶ୍ଚର୍ଯ୍ୟ ହେଲେ ହେଁ ଆମ୍ଭ ଦୃଷ୍ଟିରେ କି ତାହା ଆଶ୍ଚର୍ଯ୍ୟ ହେବ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।

Gade chapit la Kopi




ଯିଖରୀୟ 8:6
13 Referans Kwoze  

“ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ ହୋଇ କିଛି ନାହିଁ।”


ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”


ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”


ଏବେ ଶୁଣ! ତୁମ୍ଭେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”


“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ।


ସେନାପତି ଯିଏ ରାଜାଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”


ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”


ଏହାସବୁ ସଦାପ୍ରଭୁଙ୍କ କର୍ମ, କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।


ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”


Swiv nou:

Piblisite


Piblisite