Biblia Todo Logo
Bib sou entènèt

- Piblisite -




ଯିଖରୀୟ 8:4 - ପବିତ୍ର ବାଇବଲ

4 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ଯିରୁଶାଲମର ଖୋଲା ସ୍ଥାନରେ ବସ। ପ୍ରତ୍ୟେକଙ୍କ ହାତରେ ଏକ ଆଶାବାଡ଼ି ରହିବ କାରଣ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଯେଉଁମାନେ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରନ୍ତି, ଏପରି ବୃଦ୍ଧ ମନୁଷ୍ୟଓ ବୃଦ୍ଧା ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ।

Gade chapit la Kopi

ଓଡିଆ ବାଇବେଲ

4 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ବୃଦ୍ଧ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ ଓ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ବୃଦ୍ଧ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ ଓ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରିବେ।

Gade chapit la Kopi




ଯିଖରୀୟ 8:4
12 Referans Kwoze  

କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ।


ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।


ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।


ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ।


ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ।


ସେତେବେଳେ ଯୁବତୀ ନାରୀମାନେ ଆନନ୍ଦରେ ନୃତ୍ୟ କରିବେ ଓ ଯୁବା ଏବଂ ବୃଦ୍ଧମାନେ ସେମାନଙ୍କ ସହିତ ଯୋଗ ଦେବେ। ଆମ୍ଭେ ସେମାନଙ୍କର ଶୋକକୁ ଆନନ୍ଦରେ ପରିଣତ କରିବା। ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା ଦେବା ଓ ସେମାନଙ୍କୁ ଦୁଃଖ ବଦଳରେ ସୁଖ ଦେବା।


“ପୁଣି ଯିହୁଦା ଓ ତାହାର ନଗର ସବୁରେ କୃଷକମାନେ ଓ ପଲ ନେଇ ଭ୍ରମଣକାରୀମାନେ ଏକତ୍ର ଶାନ୍ତିରେ ବାସ କରିବେ।


ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’


ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା'ର ସହାୟତା କରିବ।


Swiv nou:

Piblisite


Piblisite