Biblia Todo Logo
Bib sou entènèt

- Piblisite -




ଯିଖରୀୟ 8:10 - ପବିତ୍ର ବାଇବଲ

10 ସେହି ଦିନ ପୂର୍ବରୁ ମନୁଷ୍ୟ ପାଇଁ ବେତନ ନ ଥିଲା, ପଶୁ ପାଇଁ ଆୟ ନ ଥିଲା, ବାହାରକୁ ଯିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତ୍ରୁମାନଙ୍କଠାରୁ କୌଣସି ନିରାପତ୍ତା ନ ଥିଲା, କାରଣ ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା; ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।

Gade chapit la Kopi




ଯିଖରୀୟ 8:10
11 Referans Kwoze  

ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ ତଥାପି ‌‌ଖ‌ଡ଼୍‌ଗକୁ ଆଦେଶ ଦେବା, ସେ ସେମାନଙ୍କୁ ହତ୍ୟା କରିବ। ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା। ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।”


ଯଦି ନଗରରେ ତୂରୀ ବାଜି ଉଠିବ ତେବେ ଲୋକମାନେ ଭୟରେ ଥରହର ହେବେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ଯ୍ୟନ୍ତ ନଗର ମଧ୍ୟରେ କୌଣସି ଅସୁବିଧା ଘଟିବ ନାହିଁ।


ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।


ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା'ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ।


ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ। ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରକୁ ଓହ୍ଲାଇ ଆସିଲେ।


“‘ଆଜି ଦିନର ପୂର୍ବରୁ ଯାହାସବୁ ଘଟିଲା ସେ ବିଷୟରେ ଚିନ୍ତା କର। ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ ଆରମ୍ଭ କରିବାର ପୂର୍ବ ସମୟ ବିଷୟରେ ଚିନ୍ତା କର।


Swiv nou:

Piblisite


Piblisite