Biblia Todo Logo
Bib sou entènèt

- Piblisite -




ଯିଖରୀୟ 6:15 - ପବିତ୍ର ବାଇବଲ

15 ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ। ପୁଣି, ତୁମ୍ଭେମାନେ ଯେବେ ଯନିପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।

Gade chapit la Kopi

ଓଡିଆ ବାଇବେଲ

15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।”

Gade chapit la Kopi




ଯିଖରୀୟ 6:15
20 Referans Kwoze  

ଆଉ ମଧ୍ୟ ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ରାଜାମାନେ ତୁମ୍ଭର ସେବା କରିବେ। କାରଣ “ଆମ୍ଭେ ନିଜର କ୍ରୋଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ, ମାତ୍ର ନିଜର ଅନୁଗ୍ରହରେ ତୁମ୍ଭକୁ କରୁଣା କରିବୁ।


ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ। ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ, ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି।


ପରମେଶ୍ୱର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ଗୁପ୍ତ ସତ୍ୟ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖା ଦ୍ୱାରା ତାହା ପ୍ରକାଶିତ ହେଲା। ଏହା ଦ୍ୱାରା ସମସ୍ତ ଲୋକମାନଙ୍କର ପରମେଶ୍ୱରଙ୍କ ପାଇଁ ବିଶ୍ୱାସ ଓ ଆଜ୍ଞାକାରିତା ବଢ଼ି ପାରିବ।


ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”


ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।”


ତା'ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା, ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।


କେବଳ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭେମାନେ ସେହି ପଥରେ ଗ୍ଭଲିଲେ ତୁମ୍ଭମାନଙ୍କର ମଙ୍ଗଳ ହେବ।’


ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ।


କିନ୍ତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକର ସମସ୍ତ ନିୟମ ବିଧି ମାନି ଚଳିବାକୁ ପଡ଼ିବ। ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନିକଟକୁ ଯେବେ ଫେରି ଆସ।


“ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”


ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।


Swiv nou:

Piblisite


Piblisite