Biblia Todo Logo
Bib sou entènèt

- Piblisite -




ଯିଖରୀୟ 5:11 - ପବିତ୍ର ବାଇବଲ

11 ସ୍ୱର୍ଗଦୂତ ମୋତେ ଉତ୍ତର କଲେ, “ସେମାନେ ଶିନିଅର ଦେଶରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲା ପରେ ଏହା ଯଥା ସ୍ଥାନରେ ସ୍ଥାପିତ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ।

Gade chapit la Kopi

ଓଡିଆ ବାଇବେଲ

11 ଏଥିରେ ସେ ମୋତେ କହିଲେ, “ଶିନୀୟର ଦେଶରେ ସେହି ପାତ୍ର ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେହି ପାତ୍ର ଆପଣା ସ୍ଥାନରେ ସ୍ଥାପନ କରାଯିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିରେ ସେ ମୋତେ କହିଲେ, “ଶିନୀୟର ଦେଶରେ ସେହି ପାତ୍ର ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେହି ପାତ୍ର ଆପଣା ସ୍ଥାନରେ ସ୍ଥାପନ କରାଯିବ।”

Gade chapit la Kopi




ଯିଖରୀୟ 5:11
10 Referans Kwoze  

ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ଶିନିୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିୟୋକ ରାଜା ଥିଲେ। କଦର୍ଲାୟୋମର ଇଲାମର ରାଜା ଥିଲେ ଓ ଗୋୟିମର ତିଦିୟଲର ରାଜା ଥିଲେ।


ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦେଇଅଛି, ତୁମ୍ଭେମାନେ ବାବିଲରେ ଦୀର୍ଘକାଳ ନିର୍ବାସିତ ହୋଇଅଛ। ତେଣୁ ତୁମ୍ଭେମାନେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।’”


କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।


ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।


ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ।


ତା'ପରେ ମୁଁ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତକୁ ପଗ୍ଭରିଲି, “ସେମାନେ ସେହି ମାପିବାର ଟୋକେଇଟିକୁ କେଉଁଠାକୁ ନେଉଛନ୍ତି।”


Swiv nou:

Piblisite


Piblisite