Biblia Todo Logo
Bib sou entènèt

- Piblisite -




ଯିଖରୀୟ 3:10 - ପବିତ୍ର ବାଇବଲ

10 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ସେତେବେଳେ ଲୋକମାନେ ଏକତ୍ର ବସିବେ ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସେମାନେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ନିମନ୍ତ୍ରଣ କରିବ।

Gade chapit la Kopi

ଓଡିଆ ବାଇବେଲ

10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,” ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”

Gade chapit la Kopi




ଯିଖରୀୟ 3:10
9 Referans Kwoze  

ଶଲୋମନଙ୍କ ରାଜତ୍ୱ କାଳରେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷମୂଳରେ ନିରାପଦରେ ଅବସ୍ଥାନ କରୁଥିଲେ।


ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ।


ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।


“ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା।


ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା'ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର।


ମୋର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ନିରାପଦ ତମ୍ବୁରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।


ଆଉ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଭବିଷ୍ୟତରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରୟ କରିବେ।’”


“ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି।


Swiv nou:

Piblisite


Piblisite