Biblia Todo Logo
Bib sou entènèt

- Piblisite -




ଯିଖରୀୟ 14:5 - ପବିତ୍ର ବାଇବଲ

5 ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷିୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ଵର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।

Gade chapit la Kopi

ଓଡିଆ ବାଇବେଲ

5 ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍‍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋ’ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ।

Gade chapit la Kopi




ଯିଖରୀୟ 14:5
30 Referans Kwoze  

ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲର ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।


“ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।


ମନୁଷ୍ୟପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ୱର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ୟପୁତ୍ର ପ୍ରତ୍ୟେକ ଲୋକକୁ ତା'ର କର୍ମ ଅନୁସାରେ ଫଳ ଦେବେ।


ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।


ସର୍ବଶକ୍ତିମାନ ସଦାପ୍ରଭୁ ଭୂମିକମ୍ପ, ଘଡ଼ଘଡ଼ି, ଭୟଙ୍କର ଗର୍ଜନ ଝଡ଼, ଘୂର୍ଣ୍ଣିବାୟୁ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ଆସିବେ ଏବଂ ତାକୁ ଧ୍ୱଂସ କରିବେ।


ତା'ପରେ ମୁଁ କେତୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ।


ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।


ତା'ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ।


ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।


ମୋଶା ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁ ସୀନୟରୁ ଉଜ୍ଜ୍ୱଳ ଆଲୋକରେ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ। ସେ ଆଲୋକବର୍ତ୍ତୀକା ରୂପେ ପାରଣ ପର୍ବତରୁ ପ୍ରକାଶିତ ହେଲେ। ସେ ଦଶହଜାର ପବିତ୍ର ପ୍ରାଣୀଙ୍କ ସହିତ ଆସିଲେ। ତାହାଙ୍କ ଦକ୍ଷିଣ ହସ୍ତରୁ ଅଗ୍ନିଶିଖା ଆସିଲା।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।


ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।


ପରେ ଯେତେବେଳେ ଯୀଶୁ ଜୀତପର୍ବତ ଉପରେ ବସି ଥିଲେ, ତାହାଙ୍କର ଶିଷ୍ୟମାନେ ସେ ଏକାନ୍ତରେ ଥିବା ସମୟରେ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହନ୍ତୁ, ଏସବୁ ଘଟଣା କେବେ ଘଟିବ? କେଉଁ ସଙ୍କେତ ଦେଖାଇବ ଯେ ଆପଣଙ୍କ ପୁନର୍ବାର ଆସିବା ଓ ଜଗତର ଅନ୍ତ ହେବା ସମୟ ହେଲାଣି?”


ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଗ୍ଭର ଓ ନ୍ୟାୟ କରିବେ।


ଏଥିରେ ଇସ୍ରାଏଲ ଲୋକମାନେ ସେମାନଙ୍କର କରୁଣ ଚିତ୍କାର ଶୁଣି ଏଣେ ତେଣେ ପଳାୟନ କଲେ। ଆଉ ସେମାନେ କହିଲେ, “ପୃଥିବୀ ଆମ୍ଭମାନଙ୍କୁ ମଧ୍ୟ ଗ୍ରାସ କରିବ।”


ହେ ସବୁ ରାଜ୍ୟ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନରେ ଏକତ୍ରିତ ହୁଅ। ହେ! ପରମେଶ୍ୱର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନେଇ ଆସନ୍ତୁ।


ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”


ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହୋଇ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭେମାନେ ବାହାରକୁ ବାହାରିବ ନାହିଁ। ହେ ବୈଥେ‌‌‌‌ତ୍‌‌‌‌ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢ଼ି ନିଆ ହେବା ପରି ତୁମ୍ଭେମାନେ ଶୋକ କରିବ।


Swiv nou:

Piblisite


Piblisite