ଯିଖରୀୟ 14:16 - ପବିତ୍ର ବାଇବଲ16 ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ। Gade chapit laପବିତ୍ର ବାଇବଲ (Re-edited) - (BSI)16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ର-କୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। Gade chapit laଓଡିଆ ବାଇବେଲ16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। Gade chapit la |
“କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ସେହି ସମୟରେ ଏକ ସ୍ୱତନ୍ତ୍ର ଉପହାର ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟକୁ ଅଣା ହେବ। ସେହି ନୈବେଦ୍ୟ ସେହି ଦୀର୍ଘକାୟ ଓ ଶକ୍ତିଶାଳୀ ଲୋକମାନଙ୍କଠାରୁ ଆସିବ। ସବୁ ସ୍ଥାନରେ ଲୋକମାନେ ଏହି ଦୀର୍ଘକାୟ ଶକ୍ତିଶାଳୀ ଲୋକଙ୍କୁ ଭୟ କରିବେ। କାରଣ ସେମାନେ ଏକ ଶକ୍ତିଶାଳୀ ଗୋଷ୍ଠୀ। ସେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ପରାଜିତ କରିବେ। ସେହି ଦେଶ ନଦନଦୀ ଦ୍ୱାରା ବିଭକ୍ତ ହୋଇଛି। ସେହି ନୈବେଦ୍ୟ ସିୟୋନ ପର୍ବତର ସଦାପ୍ରଭୁଙ୍କ ବାସ ସ୍ଥାନରୁ ଆସିବ।
ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ, “ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା। ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା। ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।” ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ।