Biblia Todo Logo
Bib sou entènèt

- Piblisite -




ଯିଖରୀୟ 14:13 - ପବିତ୍ର ବାଇବଲ

13-15 ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ। ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ସେଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ।

Gade chapit la Kopi




ଯିଖରୀୟ 14:13
8 Referans Kwoze  

ସଦାପ୍ରଭୁ କୁହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଭୟଭୀତ କରାଇବା ଏବଂ ଅଶ୍ୱାରୋହୀର ମତିଭ୍ରମ ହେବ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ୱକୁ ଅନ୍ଧ କରିଦେବା, ମାତ୍ର ମୋର ଚକ୍ଷୁ ଖୋଲା ରହିବ ଏବଂ ଯିହୁଦା ଉପରେ ମୋର ସତର୍କ ଦୃଷ୍ଟି ରହିବା


ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”


ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ମୋର ସମସ୍ତ ପର୍ବତରେ ‌‌ଖ‌ଡ଼୍‌ଗକୁ ଗୋଗ ବିରୁଦ୍ଧରେ ଆଣିବି। ତାହାର ସୈନ୍ୟସାମନ୍ତମାନେ ଏପରି ବିହ୍ୱଳ ହେବେ ସେମାନେ ପରସ୍ପର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଆଣିବେ।


ଯେତେବେଳେ ଗିଦିୟୋନର 300 ସୈନିକମାନେ ସେମାନଙ୍କର ତୂରୀଗୁଡ଼ିକ ବଜାଇଲେ। ସଦାପ୍ରଭୁ ମିଦିୟନୀୟମାନଙ୍କୁ ସେମାନଙ୍କ ନିଜ ନିଜ ମଧ୍ୟରେ ‌‌ଖ‌ଡ଼୍‌ଗ ଦ୍ୱାରା ଯୁଦ୍ଧ କରାଇଲେ। ସେଥିରେ ସୈନ୍ୟଦଳ ସରୋଦାଆଡ଼େ, ବୈଥ୍‌ଶିଟା ପର୍ଯ୍ୟନ୍ତ ଟବ୍ବତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।


Swiv nou:

Piblisite


Piblisite