Biblia Todo Logo
Bib sou entènèt

- Piblisite -




ଯିଖରୀୟ 12:11 - ପବିତ୍ର ବାଇବଲ

11 ସେହି ଦିନ, ଯିରୁଶାଲମରେ ଶୋକ ହେବ, ଏପରି ମହାନ ଶୋକ ଯେପରିକି ହଦଦ୍-ରିମ୍ମୋଣ ମଗିଦ୍ଦୋନର ଉପତ୍ୟକାରେ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍-ରିମ୍ମୋଣର ଶୋକତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ।

Gade chapit la Kopi

ଓଡିଆ ବାଇବେଲ

11 ସେଦିନ ମଗିଦ୍ଦୋନ୍‍ ଉପତ୍ୟକାରେ ହଦଦ୍‍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଦିନ ମଗିଦ୍ଦୋନ୍‍ ଉପତ୍ୟକାରେ ହଦଦ୍‍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହାଶୋକ ହେବ।

Gade chapit la Kopi




ଯିଖରୀୟ 12:11
7 Referans Kwoze  

ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ।


ଯୋଶିୟଙ୍କ ରାଜତ୍ୱ କାଳରେ ମିଶରର ରାଜା ଫାରୋ-ନଖୋଶୂରୀୟ ରାଜା ବିପକ୍ଷରେ ଯୁଦ୍ଧ କରିବାକୁ ଫରାତ ନଦୀ ଆଡ଼କୁ ଯାତ୍ରା କଲେ। ଯୋଶିୟ ଫାରୋ ସହିତ ମଗିଦ୍ଦୋ ନିକଟରେ ଭେଟିବାକୁ ଗଲେ। ସେହିଠାରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।


“ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।


ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।


ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ।


ସମଗ୍ର ଦେଶ ଶୋକ କରିବ, ପ୍ରତ୍ୟେକ ପରିବାର ନିଜେ ନିଜେ ଶୋକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।


କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ।


Swiv nou:

Piblisite


Piblisite