Biblia Todo Logo
Bib sou entènèt

- Piblisite -




ଯିଖରୀୟ 11:4 - ପବିତ୍ର ବାଇବଲ

4 ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସଦାପ୍ରଭୁ ମୋʼ ପରମେଶ୍ଵର ଏହି କଥା କହିଲେ; ଏହି ବଧର ଅଧୀନ ପଲକୁ ଚରାଅ;

Gade chapit la Kopi

ଓଡିଆ ବାଇବେଲ

4 ସଦାପ୍ରଭୁ ମୋ’ ପରମେଶ୍ୱର ଏହି କଥା କହିଲେ, “ଏହି ବଧ ହେବାକୁ ଥିବା ପଲକୁ ଚରାଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସଦାପ୍ରଭୁ ମୋʼ ପରମେଶ୍ୱର ଏହି କଥା କହିଲେ, “ଏହି ବଧ ହେବାକୁ ଥିବା ପଲକୁ ଚରାଅ।

Gade chapit la Kopi




ଯିଖରୀୟ 11:4
14 Referans Kwoze  

ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ।


“ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି।


ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ।


ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।”


ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”


ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।


ତା'ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ। ସେମାନେ ଶାନ୍ତିରେ ବାସ କରିବେ କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।


ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ। ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।


Swiv nou:

Piblisite


Piblisite