Biblia Todo Logo
Bib sou entènèt

- Piblisite -




ଯିଖରୀୟ 11:14 - ପବିତ୍ର ବାଇବଲ

14 ତା'ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଉତ୍ତାରେ ମୁଁ ବନ୍ଧନୀ ନାମକ ମୋହର ଅନ୍ୟ ଯଷ୍ଟି ନେଇ ଯିହୁଦାର ଓ ଇସ୍ରାଏଲର ମଧ୍ୟରେ ଭ୍ରାତୃଭାବ ଭଗ୍ନ କରିବା ନିମନ୍ତେ ତାହା ଖଣ୍ତ ଖଣ୍ତ କରି କାଟିଲି।

Gade chapit la Kopi

ଓଡିଆ ବାଇବେଲ

14 ଏଉତ୍ତାରେ ମୁଁ ‘ବନ୍ଧନୀ’ ନାମକ ମୋହର ଅନ୍ୟ ଯଷ୍ଟି ନେଇ ଯିହୁଦାର ଓ ଇସ୍ରାଏଲର ମଧ୍ୟରେ ଭ୍ରାତୃଭାବ ଭଗ୍ନ କରିବା ନିମନ୍ତେ ତାହା ଖଣ୍ଡ ଖଣ୍ଡ କରି କାଟିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଉତ୍ତାରେ ମୁଁ ବନ୍ଧନୀ ନାମକ ମୋହର ଅନ୍ୟ ଯଷ୍ଟି ନେଇ ଯିହୁଦାର ଓ ଇସ୍ରାଏଲର ମଧ୍ୟରେ ଭ୍ରାତୃଭାବ ଭଗ୍ନ କରିବା ନିମନ୍ତେ ତାହା ଖଣ୍ଡ ଖଣ୍ଡ କରି କାଟିଲି।

Gade chapit la Kopi




ଯିଖରୀୟ 11:14
14 Referans Kwoze  

ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ। ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ।


ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ।


ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା'ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ।


ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା'ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।


ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ।


ତା'ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।”


ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ।


ସେ ସମୟରେ ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କେହି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରୟିମକୁ କଷ୍ଟ ଦେବ ନାହିଁ।


ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”


ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ।


ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ।


Swiv nou:

Piblisite


Piblisite