Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:8 - ପବିତ୍ର ବାଇବଲ

8 ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ଵାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ତୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ଵଗଣ ଥିଲେ।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 “ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ।

Gade chapit la Kopi




ଯିଖରୀୟ 1:8
26 Referans Kwoze  

ତା'ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।


“ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ‌‌ଖ‌ଡ଼୍‌ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା।


କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ ଓ କେବେ ଧ୍ୱଂସ ହେବ ନାହିଁ।”


ଆମ୍ଭେ ପ୍ରାନ୍ତରରେ ଏରସ, ବାବଲ, ମେହେନ୍ଦି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ଲଗାଇବା।


“ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।


ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ମୋର ଦର୍ଶନ ପାଇଲି ଯେ ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ତ ବେଗରେ ବହିଲା ସେହି ବାୟୁ ସମୁଦ୍ରକୁ ଅଶାନ୍ତ କଲା।


ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ।


କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।


ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।


ଶଲୋମନ ଗିବିୟୋନରେ ଥିଲା ବେଳେ, ସଦାପ୍ରଭୁ ରାତ୍ରିରେ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ୱର ସ୍ୱପ୍ନରେ କହିଲେ, “ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦେବା।”


ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”


କିନ୍ତୁ ଏକ ରାତିରେ, ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀଲୋକକୁ ଆଣିଛ ସେ ବିବାହିତା।”


ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି।


ହେ ମୋର ପ୍ରିୟତମ, ତୁମ୍ଭେ ମୋର, ମୁଁ ତୁମ୍ଭର ଅଟେ। ମୋର ପ୍ରିୟତମ, ସେ କଇଁଫୁଲମାନଙ୍କ ମଧ୍ୟରେ ଆପଣା ପଲ ଚରାଉଅଛନ୍ତି।


ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ।


ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଏହି ବାର୍ତ୍ତା ଯିରୁଶାଲମକୁ ଓ ସେମାନଙ୍କ ସମସ୍ତ ନଗରକୁ ପଠାଇଲେ। “ପର୍ବତମୟ ଦେଶକୁ ଯାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ୟ, ମେହେନ୍ଦି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡ଼ିର କ୍ଷଣସ୍ଥାୟୀ ପତ୍ରକୂଟୀର ତିଆରି କରିବାରେ ବ୍ୟବହାର କର। ଏହିପରି କର କାରଣ ତାହା ବ୍ୟବସ୍ଥା ପୁସ୍ତକରେ ଲିଖିତ ଅଛି।”


ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟ‌ଦ୍‌ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।


ତା'ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”


ତା'ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”


ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।” ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।”


ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟ‌ଦ୍‌ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି।


Swiv nou:

Piblisite


Piblisite