Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:2 - ପବିତ୍ର ବାଇବଲ

2 ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ ତୁମ୍ଭମାନଙ୍କର ପିତୃପୁରୁଷଗଣର ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।

Gade chapit la Kopi




ଯିଖରୀୟ 1:2
24 Referans Kwoze  

ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’


ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି


ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି। ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।


ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।


“ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ୟଠାରୁ କମ୍ ଦଣ୍ତ ଦେଇଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ୍ଭ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଜୀବିତ ରଖିଅଛ।


କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ।


ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”


ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ। କାରଣ ସେମାନେ ବିପର୍ଯ୍ୟୟକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।”


ପୁଣି ଇସ୍ରାଏଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସେମାନେ ତୁମ୍ଭ କଥା ପ୍ରତି ଧ୍ୟାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ୟବସ୍ଥା ପଥରେ ଗ୍ଭଲିଲେ ନାହିଁ। ତୁମ୍ଭେ ସେମାନଙ୍କୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଲ।


ସେମାନେ ଜି‌ଦ୍‌ଖୋର ଏବଂ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କ ପୂର୍ବରୁ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ ପଠାଇଥିବା ନିର୍ଦ୍ଦେଶ ମାନିବାକୁ ମନା କଲେ। ତେଣୁ ସର୍ବଶକ୍ତିମାନ ସଦାପ୍ରଭୁ ବିଶେଷ କ୍ରୋଧାନ୍ୱିତ ହେଲେ।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କ୍ରୋଧାନ୍ୱିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦେବାକୁ ନିଷ୍ପତ୍ତି ନେଇଥିଲୁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କହିଲେ।


Swiv nou:

Piblisite


Piblisite