Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:14 - ପବିତ୍ର ବାଇବଲ

14 ତା'ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି; “ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଅନ୍ତର୍ଜ୍ଵାଳାରେ ଜ୍ଵାଳାଯୁକ୍ତ ଅଛୁ।

Gade chapit la Kopi

ଓଡିଆ ବାଇବେଲ

14 ତହିଁରେ ମୋ’ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, “ତୁମ୍ଭେ ଘୋଷଣା କରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।

Gade chapit la Kopi




ଯିଖରୀୟ 1:14
19 Referans Kwoze  

ତା'ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।


ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ। ଆମ୍ଭର ସିୟୋନ ପ୍ରତି ଦୟା ରହିବ। ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’”


ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?” ତା'ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।”


ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।” ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?” ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ। ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ।


ତୁମ୍ଭର ପରମେଶ୍ୱର ଏହା କୁହନ୍ତି, “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।


ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ।


ସଦାପ୍ରଭୁ ଈର୍ଷାପରାୟଣ ଏବଂ ପ୍ରତିଶୋଧ ପରାୟଣ। ସେ କ୍ରୋଧାନ୍ୱିତ ହୋଇ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପରେ ସେ ପ୍ରତିଶୋଧ ନିଅନ୍ତି। ସେ ତାଙ୍କର ଶତ୍ରୁମାନଙ୍କ ଉପରେ ରାଗନ୍ତି।


“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ। ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋୟିମ୍ ପରି ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।


ବର୍ତ୍ତମାନ ସ୍ୱର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ୱତ ପ୍ରେମ କାହିଁ? ତୁମ୍ଭର କୋହ ଓ ଦୟା କାହିଁ?


ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।


ସଦାପ୍ରଭୁ ମହାନ ବୀର ରୂପେ ବିଜେ କରିବେ, ସେ ଯୋଦ୍ଧା ଭାବରେ ନିଜକୁ ଉତ୍ତେଜିତ କରିବେ ଓ ସେ ଘୋର ଗର୍ଜନ କରିବେ। ନିଜର ଶତ୍ରୁମାନଙ୍କର ପ୍ରତିକୂଳରେ ପ୍ରବଳ ରୂପରେ କାର୍ଯ୍ୟ କରିବେ।


ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ, “ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ? ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?”


ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ।


ତା'ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।


କାରଣ ଯିରୁଶାଲମରୁ ରକ୍ଷାପ୍ରାପ୍ତ ଏହି ଅଳ୍ପ କେତେକ ଅବଶିଷ୍ଟ ଲୋକ ସିୟୋନ ପର୍ବତରୁ ବାହାରିବେ।” ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଗଭୀର ପ୍ରେମର ସିଦ୍ଧତା ଦ୍ୱାରା ଏହା ପ୍ରମାଣିତ ହେବ।


ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ। ‘ତାହାର ସଂଗ୍ରାମ ଶେଷ ହୋଇଛି ଓ ତାହାର ପାପକୁ କ୍ଷମା କରାଯାଇଛି।’ ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”


ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଈର୍ଷାରେ ଜଳିଯାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧରେ ଓ ଇଦୋମ ବିରୁଦ୍ଧରେ କହିଛି, କାରଣ ସେମାନଙ୍କ ହୃଦୟରେ ମନ୍ଦ ଖୁସୀ ନେଇ ମୋର ଦେଶକୁ ଅଧିକାର କଲେ। ସେମାନେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।”


Swiv nou:

Piblisite


Piblisite