Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:12 - ପବିତ୍ର ବାଇବଲ

12 ତା'ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ତିନି କୋଡ଼ି ଦଶ ବର୍ଷଯାକ ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ କାଳ ଦୟା କରିବ ନାହିଁ?

Gade chapit la Kopi

ଓଡିଆ ବାଇବେଲ

12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, “ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’

Gade chapit la Kopi




ଯିଖରୀୟ 1:12
24 Referans Kwoze  

“ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ‘ତୁମ୍ଭେ ଯେତେବେଳେ ପଞ୍ଚମ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲ, ସେହି ସତୁରି ବର୍ଷରେ ସତରେ କ’ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?


ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।


ତା'ପରେ ସଦାପ୍ରଭୁ କହନ୍ତି, “ମାତ୍ର ବାବିଲରେ ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ପରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ଯିରୁଶାଲମକୁ ଫେରାଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ୟ ପୂରଣ କରିବା।”


ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସେହି ଯଥାର୍ଥ ସମୟ ଆସିଅଛି। ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।


ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ? ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?


ସେହି ଆତ୍ମାମାନେ ଉଚ୍ଚ ସ୍ୱରରେ ଚିତ୍କାର କଲେ, “ହେ ପବିତ୍ର, ଓ ସତ୍ୟ ପ୍ରଭୁ! ଆମ୍ଭମାନଙ୍କୁ ହତ୍ୟା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଗ୍ଭର କର। ସେମାନଙ୍କୁ ଦଣ୍ଡ ଦେବାକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ?”


ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ।


ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”


ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।


ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ। ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।


ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ। ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।


କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ। ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।


କେତେକାଳ ଦେଶ ଶୁଷ୍କ ରହିବ ଓ ସମୁଦାୟ ଦେଶରେ ତୃଣ ଶୁଷ୍କ ରହିବ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷୟ ପାଇଛନ୍ତି। କାରଣ ଲୋକମାନେ କହିଲେ, “ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶେଷାବସ୍ଥା ଦେଖିବ ନାହିଁ।”


ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।


ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।


ଏବଂ ସେ ଶୁକ୍ଳବସ୍ତ୍ର ପରିହିତ ଓ ନଦୀର ଜଳ ଉପରିସ୍ଥ ଯେଉଁ ମନୁଷ୍ୟ, ତାହାଙ୍କୁ ଏକ ବ୍ୟକ୍ତି ପଗ୍ଭରିଲେ, “ଏହିସବୁ ଆଶ୍ଚର୍ଯ୍ୟ ବିଷୟ ଘଟିବା ପାଇଁ କେତେକ ସମୟ ଲାଗିବ?”


ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ।


ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ? ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?


ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି। ଧ୍ୱଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।


“ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ। ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି ବଡ଼ ଭାରି କରି ଥୋଇଲ।


Swiv nou:

Piblisite


Piblisite