Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:11 - ପବିତ୍ର ବାଇବଲ

11 ତା'ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।

Gade chapit la Kopi

ଓଡିଆ ବାଇବେଲ

11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, “ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’

Gade chapit la Kopi




ଯିଖରୀୟ 1:11
16 Referans Kwoze  

ତା'ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”


ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ। କାରଣ ସେମାନେ ବିପର୍ଯ୍ୟୟକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।”


ରାତିରେ ମୁଁ ଲା‌‌ଲ୍‌‌ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ।


ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟରେ ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଏସବୁ ଦେଇଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦେଖାଇବା ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପଠାଇଲେ।


ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।


“ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।


ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ।


ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ।


ସେହି ଶକ୍ତିଶାଳୀ ଅଶ୍ୱଗୁଡ଼ିକ ପୃଥିବୀର ଏଣେତେଣେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସେହି ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଯାଅ ପୃଥିବୀର ଗ୍ଭରିଆଡ଼େ ବିଚରଣ କର।” ତେଣୁ ସେମାନେ ଗଲେ।


ତେଣୁ ସେ କହିଲେ, “ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ୟର ଅଧିପତି ସଙ୍ଗେ ଯୁଦ୍ଧ କରିବାକୁ ଫେରିଯିବା। ଆଉ ଆମ୍ଭେ ଗଲାପରେ ଗ୍ରୀ‌‌ସ୍‌‌ର ଅଧିପତି ଆସିବ।


ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ। ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ।


ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।


ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ୱର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ୟ ଶାନ୍ତି ଦେବେ। ଯେତେବେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହିତ ସ୍ୱର୍ଗରୁ ଆସିବେ, ସେତେବେଳେ ପରମେଶ୍ୱର ଆମ୍ଭର ଦୁଃଖ ଉପଶମ କରିଦେବେ।


ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”


Swiv nou:

Piblisite


Piblisite