Biblia Todo Logo
Bib sou entènèt

- Piblisite -




ତୀତସ 3:9 - ପବିତ୍ର ବାଇବଲ

9 ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟରେ ଯୁକ୍ତି, ଝଗଡ଼ା, ମୋଶାଙ୍କ ବ୍ୟବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷଠାରୁ ଦୂରରେ ରୁହ। ସେଗୁଡ଼ିକ ମୂଲ୍ୟହୀନ ଓ ଲୋକମାନଙ୍କୁ ସାହାଯ୍ୟ କରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ବିତଣ୍ତା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ବ୍ୟବସ୍ଥା ବିଷୟକ ବାଗ୍ଯୁଦ୍ଧରୁ ଅନ୍ତର ହୁଅ, କାରଣ ସେହିସବୁ କ୍ଷତିଜନକ ଓ ଅସାର।

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ବିତଣ୍ଡା ବାଦାନୁବାଦ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହି ସବୁ କ୍ଷତିଜନକ ଓ ଅସାର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଅବାନ୍ତର ଯୁକ୍ତିତର୍କ, ପୂର୍ବପୁରୁଷମାନଙ୍କର ଦୀର୍ଘ ନାମ ତାଲିକା ଓ ଶାସ୍ତ୍ରାର୍ଥ ନେଇ ଅଯଥା ବାକ୍ବିତଣ୍ଡା, କଳହ ଓ ବିବାଦ ସବୁ ପରିହାର କର। ଏହା ମୂଲ୍ୟହୀନ ଓ ନିରର୍ଥକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗ୍‌ଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହିସବୁ କ୍ଷତିଜନକ ଓ ଅସାର।

Gade chapit la Kopi




ତୀତସ 3:9
10 Referans Kwoze  

ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ।


ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ।


ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର।


ପରମେଶ୍ୱରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂରରେ ରୁହ। ସେଭଳି କଥା ପରମେଶ୍ୱରଙ୍କଠାରୁ ଅଧିକରୁ ଅଧିକ ଦୂରେଇ ନେବ।


ତା'ହେଲେ ସେମାନେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ୟକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।


ତୁମ୍ଭେ କ’ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ୟହୀନ କଥାକୁ ନେଇ ଯୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ।


ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ।


ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ'ଠାରେ ପ୍ରେମ ନାହିଁ, ତା'ହେଲେ ମୁଁ କିଛି ନୁହେଁ।


ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ?


Swiv nou:

Piblisite


Piblisite