ତୀତସ 3:2 - ପବିତ୍ର ବାଇବଲ2 ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତୁ ନାହିଁ, ଅନ୍ୟ ଲୋକମାନଙ୍କ ସହତ ଶାନ୍ତିରେ ରୁହନ୍ତୁ; ଧୈର୍ଯ୍ୟବାନ ଓ ସବୁ ଲୋକଙ୍କ ପ୍ରତି ଭଦ୍ରତା ପ୍ରଦର୍ଶନ କରନ୍ତୁ। ସମସ୍ତ ଲୋକଙ୍କ ପ୍ରତି ଏସବୁ କରିବା ପାଇଁ ବିଶ୍ୱାସୀମାନଙ୍କୁ କୁହ। Gade chapit laପବିତ୍ର ବାଇବଲ (Re-edited) - (BSI)2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ, ପୁଣି ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ। Gade chapit laଓଡିଆ ବାଇବେଲ2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖଇବାକୁ ସେମାନଙ୍କୁ ସ୍ମରଣ କରାଅ । Gade chapit laପବିତ୍ର ବାଇବଲ (CL) NT (BSI)2 କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ। Gade chapit la |
ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା'ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ।
ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ।