Biblia Todo Logo
Bib sou entènèt

- Piblisite -




ତୀତସ 3:12 - ପବିତ୍ର ବାଇବଲ

12 ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ଵା ତୁଖିକଙ୍କୁ ପଠାଇବି, ସେତେବେଳେ ନୀକପଲିକୁ ମୋʼ ପାଖକୁ ଆସିବା ପାଇଁ ଯନି କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି।

Gade chapit la Kopi

ଓଡିଆ ବାଇବେଲ

12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲିରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ମୁଁ ଯେତେବେଳେ ତୁମ ନିକଟକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି, ତୁମେ ନିକପଲିକୁ ଆସିବା ପାଇଁ ଯଥାସାଧ୍ୟ ଚେଷ୍ଟା କର - ସେଠାରେ ମୁଁ ଶୀତଋତୁ କଟାଇବାକୁ ସ୍ଥିର କରିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲି ସହରରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି।

Gade chapit la Kopi




ତୀତସ 3:12
8 Referans Kwoze  

ଯେତେଶୀଘ୍ର ସମ୍ଭବ ମୋ’ ସହିତ ଦେଖା କରିବାକୁ ଆସିବା ପାଇଁ ଚେଷ୍ଟା କର।


ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।


ଶୀତଦିନ ପୂର୍ବରୁ ମୋ’ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର। ଇଉବୁଲ, ପୁଦେ‌ନ୍‌ସ୍, ଲିନ, କ୍ଳୌଦିୟା ଓ ଅନ୍ୟସମସ୍ତ ଭାଇଭଉଣୀ ତୁମ୍ଭକୁ ନମସ୍କାର ଜଣାଇଛନ୍ତି।


ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି।


ସେତେବେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମୋ’ ଯାତ୍ରାରେ, ମୁଁ ଯେଉଁଠାକୁ ଯିବି, ତୁମ୍ଭେମାନେ ମୋତେ ସାହାଯ୍ୟ କରି ପାରିବ।


ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା'ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି।


ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ।


Swiv nou:

Piblisite


Piblisite