Biblia Todo Logo
Bib sou entènèt

- Piblisite -




ତୀତସ 1:5 - ପବିତ୍ର ବାଇବଲ

5 ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ, ପୁଣି ମୋହର ଆଦେଶାନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;

Gade chapit la Kopi

ଓଡିଆ ବାଇବେଲ

5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସେଠାରେ କେତୋଟି ବିଷୟର ସୁବ୍ୟବସ୍ଥା କରିବା ପାଇଁ ଏବଂ ଏଥିନିମନ୍ତେ ପ୍ରତ୍ୟେକ ସହରରେ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତା ନିଯୁକ୍ତ କରିବାକୁ ତୁମକୁ ମୁଁ କ୍ରୀଟ୍ରେ ଛାଡ଼ି ଆସିଥିଲି। ଏ ସମ୍ପର୍କରେ ମୋର ନିର୍ଦ୍ଦେଶଗୁଡ଼ିକୁ ସ୍ମରଣ ରଖ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;

Gade chapit la Kopi




ତୀତସ 1:5
18 Referans Kwoze  

ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।


ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ।


ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ୟାନ କରି ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ସଂଗ୍ରହ କଲେ।


ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।


ମୁଁ ଶିକ୍ଷା ଦେଇଥିବା କଥାସବୁ ତୁମ୍ଭେ ଶୁଣିଛ। ଅନେକ ଅନ୍ୟ ଲୋକ ମଧ୍ୟ ସେହି କଥା ଶୁଣିଛନ୍ତି। ତୁମ୍ଭେ ସେହି ବିଷୟ ଗୁଡ଼ିକ ଶିକ୍ଷାଦେବା ଉଚିତ୍। ଯେଉଁ କେତେକଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ, ସେମାନଙ୍କୁ ସେହି ଉପଦେଶଗୁଡ଼ିକ ଦିଅ। ତା'ହେଲେ ସେମାନେ ଅନ୍ୟଲୋକମାନଙ୍କୁ ସେହି ଉପଦେଶଗୁଡ଼ିକ ଦେଇ ପାରିବେ।


ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି।


ଶେଷରେ ପାଉଲ ସେମାନଙ୍କୁ କହିଲେ, “ବନ୍ଧୁଗଣ, ତୁମ୍ଭେମାନେ ଯଦି ମୋ’ କଥା ଶୁଣି କ୍ରୀତି ଉପଦ୍ୱୀପରୁ ଜାହାଜ ଛାଡ଼ି ନ ଥା’ନ୍ତ, ତେବେ ତୁମ୍ଭେମାନଙ୍କର ଏ ଜାହାଜ ନଷ୍ଟ ହୋଇ ନ ଥା’ନ୍ତା ଓ ଏତେ କ୍ଷତି ଘଟି ନ ଥା’ନ୍ତା।


ସେହି ବନ୍ଦରଟି ଶୀତ କଟେଇବା ପାଇଁ ଅନୁପଯୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୈନୀ‌କ୍‌‌ସ୍‌ରେ ପହଞ୍ଚିବା ଆଶାରେ ସେଠାରେ ଆମ୍ଭ ସହିତ ଯିବା ପାଇଁ ଓ ଶୀତଋତୁ କଟେଇବା ପାଇଁ ପରାମର୍ଶ ଦେଲେ। ଫୈନୀ‌କ୍‌ସ୍ କ୍ରୀତି ଉପଦ୍ୱୀପର ଗୋଟିଏ ନଗର। ଫୈନୀ‌କ୍‌ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।


ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋ‌ର୍‌‌ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ।


ସେମାନେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଦେଲେ। ଶାଉଲ ଓ ବର୍ଣ୍ଣ‌ବ୍‌‌ବା ତାହା ଆଣି ଯିହୂଦାର ପ୍ରାଚୀନ ବ୍ୟକ୍ତିମାନଙ୍କ ହାତରେ ଅର୍ପଣ କଲେ।


ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।


ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ।


ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।”


ଏହି ବ୍ୟକ୍ତିମାନେ ପବିତ୍ର ତମ୍ବୁ ମଧ୍ୟରେ ସଙ୍ଗୀତ ଗାନ କରି ସେବାକାର୍ଯ୍ୟ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ-ତମ୍ବୁ ବୋଲି ମଧ୍ୟ କୁହା ଯାଉଥିଲା। ଶଲୋମନ ଯିରୁଶାଲମରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନେ ସେବାକାର୍ଯ୍ୟ କଲେ। ସେମାନଙ୍କ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦିଆଯାଇଥିବା ନିୟମାବଳୀକୁ ସୂଗ୍ଭରୁରୂପେ ପାଳନ କରି ସେମାନେ ସେବାକାର୍ଯ୍ୟ କଲେ।


ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜରେ ଥିବା ଲୋକମାନେ ଭାବିଲେ, “ଆମ୍ଭେ ଯେଉଁ ପବନ ବହିବା ଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ।” ତେଣୁ ଆମ୍ଭେ ଲଙ୍ଗର ଉଠେଇ କ୍ରୀତି ଉପଦ୍ୱୀପର କୂଳେକୂଳେ ଯାତ୍ରା କଲୁ।


ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।


ତାହାଙ୍କ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏ କି ଭବିଷ୍ୟ‌‌ଦ୍‌‌‌‌ବକ୍ତା, କହିଛନ୍ତି: “କ୍ରୀତୀର ଲୋକେ ସର୍ବଦା ମିଛ କୁହନ୍ତି। ସେମାନେ ଦୁଷ୍ଟ ପଶୁ ଓ ଅଳସୁଆ। ସେମାନେ ଖାଇବା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ।”


ତା'ପରେ ସେହି ବ୍ୟକ୍ତି ନୂତନ ପ୍ରସ୍ତର ନେଇ କାନ୍ଥରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲେପ ଲଗାଇବ।


Swiv nou:

Piblisite


Piblisite