ତୀତସ 1:15 - ପବିତ୍ର ବାଇବଲ15 ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି। Gade chapit laପବିତ୍ର ବାଇବଲ (Re-edited) - (BSI)15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ଵାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ, ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ। Gade chapit laଓଡିଆ ବାଇବେଲ15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ । ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ । Gade chapit laପବିତ୍ର ବାଇବଲ (CL) NT (BSI)15 ନିର୍ମଳ ଚରିତ୍ର ସାଧୁ ଲୋକମାନଙ୍କ ଦୃଷ୍ଟିରେ ସକଳ ବିଷୟ ପବିତ୍ର; କିନ୍ତୁ କଳୁଷିତ ଅବିଶ୍ୱାସୀମାନେ କୌଣସି ବିଷୟର ପବିତ୍ରତା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନଙ୍କର ମନ ଓ ବିବେକ କଳୁଷିତ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ। Gade chapit la |
କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି।
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।