Biblia Todo Logo
Bib sou entènèt

- Piblisite -




ପରମ ଗୀତ 8:12 - ପବିତ୍ର ବାଇବଲ

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋର ନିଜର। ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ ଦୁଇଶହ ରୌପ୍ୟ ମୁଦ୍ରା ପାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।

Gade chapit la Kopi

ଓଡିଆ ବାଇବେଲ

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋ’ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।

Gade chapit la Kopi




ପରମ ଗୀତ 8:12
14 Referans Kwoze  

ମୋତେ ଦେଖ ନାହିଁ କାରଣ ସୂର୍ଯ୍ୟ ମୋତେ କଳା କରିଅଛି। ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ। ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।


ତୁମ୍ଭେମାନେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।


ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉ‌‌ତ୍‌‌ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।


କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।


ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।


ତୁମ୍ଭର ହୃଦୟକୁ ଅତି ଯତ୍ନର ସହ ପରିଗ୍ଭଳିତ କର। ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।


ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ।


ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।


ବାଲ୍-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ସେ ଦ୍ରାକ୍ଷାକ୍ଷେତ୍ରଟିକୁ ରକ୍ଷକମାନଙ୍କ ହାତରେ ନ୍ୟସ୍ତ କଲେ। ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ 1,000 ରୂପାମୁଦ୍ରା ଦେବାକୁ ପଡ଼ିଲା।


ହେ ଉପବନ ବାସିନୀ, ମିତ୍ରଗଣ ତୁମ୍ଭର କଥା ଶୁଣନ୍ତି। ତୁମ୍ଭ ସ୍ୱର ମୋତେ ମଧ୍ୟ ଶୁଣିବାକୁ ଦିଅ।


Swiv nou:

Piblisite


Piblisite