Biblia Todo Logo
Bib sou entènèt

- Piblisite -




ପରମ ଗୀତ 7:13 - ପବିତ୍ର ବାଇବଲ

13 ଦୂଦା ଫୁଲ ସୁବାସ ହେଉଅଛି। ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ତଟକା ଫଳ ଓ ଶୁଖିଲା ଫଳ ଅଛି। ହେ ମୋର ପ୍ରିୟତମ, ଏସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଦୂଦା ଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ଵାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି,

Gade chapit la Kopi

ଓଡିଆ ବାଇବେଲ

13 ଦୂଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଦୂଦାଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।

Gade chapit la Kopi




ପରମ ଗୀତ 7:13
21 Referans Kwoze  

ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”


ତା'ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”


ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।


ତୁମ୍ଭେମାନେ ଯାହା କହୁଛ, ଯାହାକିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ଯ୍ୟ ମଧ୍ୟରେ ପରମପିତା ପରମେଶ୍ୱରଙ୍କୁ ଯୀଶୁଙ୍କ ମାଧ୍ୟମରେ ଧନ୍ୟବାଦ ଜଣାଅ।


ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।


ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ।


ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି: “କୌଣସି ଆଖି ଦେଖି ନାହିଁ। କୌଣସି କାନ ଶୁଣି ନାହିଁ। କେହିହେଲେ କଳ୍ପନା କରି ନାହିଁ; ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।”


ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।


“ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’


ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ।


ହେ ଉତ୍ତରୀୟ ବାୟୁ, ଜାଗ। ଦକ୍ଷିଣ ବାୟୁ, ଆସ। ମୋ’ ଉଦ୍ୟାନର ସୁଗନ୍ଧି ଯେପରି ଗ୍ଭରିଆଡ଼େ ବିଚ୍ଛୁରିତ ହେବ ଏବଂ ବାହାରକୁ ଆସିବ, ଏଥିପାଇଁ ତହିଁ ଉପରେ ପ୍ରବାହିତ ହୁଅ। ମୋହର ପ୍ରିୟତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।


ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ। ସେଠାରେ ହେନା ଗ୍ଭରାଗଛ ଅଛି।


ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେହିପରି ଯୁବାମାନଙ୍କ ମଧ୍ୟରେ ପ୍ରିୟତମ। ମୁଁ ପରମ ଆନନ୍ଦରେ ତାହାଙ୍କ ଛାୟା ତଳେ ବସିଲି ଓ ତାହାଙ୍କ ଫଳ ମୋ’ ତୁଣ୍ଡକୁ ସ୍ୱାଦୁ ଲାଗିଲା।


ଯଦି ତୁମ୍ଭେ ଏକ ପିଲା ହୋଇଥା’ନ୍ତ, ମୋର ଛୋଟ ଭାଇପରି ଯେ କି ମୋ’ ମା’ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହାରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କେହି ମୋତେ ଖରାପ ଭାବିବେ ନାହିଁ।


ମୁଁ ଡିମ୍ବିରି ବୃକ୍ଷ କାଟିବାକୁ ସଦ୍ୟ ଗ୍ଭରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।


Swiv nou:

Piblisite


Piblisite