Biblia Todo Logo
Bib sou entènèt

- Piblisite -




ପରମ ଗୀତ 6:13 - ପବିତ୍ର ବାଇବଲ

13 ହେ ଶୂଲେମିୟେର ନାରୀ, ଫେରି ଆସ, ଫେରି ଆସ ଆମ୍ଭେମାନେ ତୁମ୍ଭକୁ ଦେଖିବା ପାଇଁ ଗ୍ଭହୁଁଛୁ। ଯେତେବେଳେ ସେ ମହନୟିମ ନୃତ୍ୟ କରୁଛି, କାହିଁକି ତୁମ୍ଭେମାନେ ଶୂଲେମିୟା ନାରୀକୁ ଅନାଇବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର।

Gade chapit la Kopi

ଓଡିଆ ବାଇବେଲ

13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ?

Gade chapit la Kopi




ପରମ ଗୀତ 6:13
23 Referans Kwoze  

ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ।


ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଦେଲେ। ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”।


ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।


ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।


କିନ୍ତୁ ମୋ’ ଶରୀରରେ ମୁଁ ଆଉ ଗୋଟିଏ ବ୍ୟବସ୍ଥା କାମ କରୁଥିବାର ଦେଖୁଛି। ସେମାନେ ଗ୍ରହଣ କରୁଥିବା ବ୍ୟବସ୍ଥା ସହିତ ମୋ’ ଶରୀରର ବ୍ୟବସ୍ଥା ସଂଘର୍ଷ କରୁଛି। ମୋ’ ଶରୀରରେ କାମ କରୁଥିବା ଏହି ବ୍ୟବସ୍ଥାଟି ପାପର ବ୍ୟବସ୍ଥା ଅଟେ, ଓ ସୋହି ବ୍ୟବସ୍ଥା ମୋତେ ବନ୍ଦୀ କରି ପକାଏ।


ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି।


ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ।


ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା'ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।


ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”


ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା।


ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ। ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।” “ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ, କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।”


ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।”


ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମନୋହର।


ମୋତେ ଦେଖ ନାହିଁ କାରଣ ସୂର୍ଯ୍ୟ ମୋତେ କଳା କରିଅଛି। ମୋର ମାତାର ସନ୍ତାନଗଣ ମୋ’ ଉପରେ ରାଗିଥିଲେ। ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମୋର ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଇ ପାରିଲି ନାହିଁ।


ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ। ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।


ଏହା ପରେ ଦାଉଦ ମହନୟିମକୁ ଆସିଲେ। ଅବଶାଲୋମ ଓ ତା'ର ସମର୍ଥନକାରୀ ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀ ପାର ହେଲେ।


ଆଉ ଯେତେବେଳେ ଶୀଲୋର କନ୍ୟାମାନେ ଭୋଜି ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିବେ ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକ ନିଜ ନିଜ ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଧରି ବିନ୍ୟାମୀନ ଦେଶକୁ ଗ୍ଭଲିଯାଅ।


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ମୁଁ ଅନୁଭବ କଲା ପୂର୍ବରୁ ମୁଁ ମୋ’ ନିଜକୁ ଏକ ରଥରେ ରାଜପୁତ୍ରଙ୍କର ପାଖରେ ପାଇଲି।


Swiv nou:

Piblisite


Piblisite