Biblia Todo Logo
Bib sou entènèt

- Piblisite -




ପରମ ଗୀତ 5:4 - ପବିତ୍ର ବାଇବଲ

4 ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ, ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୋʼ ପ୍ରିୟତମ ଦ୍ଵାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉଚ୍ଚାଟ ହେଲା।

Gade chapit la Kopi

ଓଡିଆ ବାଇବେଲ

4 ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୋʼ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।

Gade chapit la Kopi




ପରମ ଗୀତ 5:4
12 Referans Kwoze  

ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।


ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି।


ସେଠାରେ ଲୂଦିଆ ନାମକ ଜଣେ ସ୍ତ୍ରୀଲୋକ ଥିଲା। ସେ ଥୁୟାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ୟବସାୟୀ ଥିଲା। ସେ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖୋଲି ଦେଇଥିଲେ।


ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି। ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ। ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି।


ତୁମ୍ଭ ପରାକ୍ରମର ଦିନରେ, ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ, ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ। ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।


ଦ୍ୱିତୀୟ ସ୍ତ୍ରୀଲୋକଟି କହିଲା, “ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହେବ ନାହିଁ।” ମାତ୍ର ପ୍ରଥମ ସ୍ତ୍ରୀଲୋକ ଯିଏ ପିଲାଟିର ପ୍ରକୃତ ମା, ତା'ର ଅନ୍ତଃକରଣ ପିଲାଟି ପ୍ରତି ବିଳପି ଉଠିଲା। ତେଣୁ ସେ ରାଜାଙ୍କୁ କହିଲା, “ହେ ମୋର ମହାରାଜ, ଜୀବିତ ପିଲାଟିକୁ ତାକୁ ଦେଇ ଦିଅନ୍ତୁ, କିନ୍ତୁ କୌଣସି ମତେ ତାକୁ ବଧ କରନ୍ତୁ ନାହିଁ।”


ଯୋଷେଫ ଆଉ ଅଧିକ ସମୟ ନିଜର କୋହ ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶୀଘ୍ର ସେମାନଙ୍କ ପାଖରୁ ଆଉ ଗୋଟିଏ କୋଠରୀକୁ ଗଲେ ଏବଂ କାନ୍ଦିଲେ।


ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ।


ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର। ଆମ୍ଭେ ତାହାକୁ ପ୍ରେମ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ। ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।” ଏହା ସଦାପ୍ରଭୁ କହନ୍ତି।


Swiv nou:

Piblisite


Piblisite