Biblia Todo Logo
Bib sou entènèt

- Piblisite -




ପରମ ଗୀତ 4:15 - ପବିତ୍ର ବାଇବଲ

15 ତୁମ୍ଭେ ଉଦ୍ୟାନର ଏକ ଝରଣା, ଅମୃତ ଜଳର କୂପ ଓ ଲିବାନୋ‌ନ୍‌ରୁ ପ୍ରବାହିତ ସ୍ରୋତ ଅଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ।

Gade chapit la Kopi

ଓଡିଆ ବାଇବେଲ

15 ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ।

Gade chapit la Kopi




ପରମ ଗୀତ 4:15
15 Referans Kwoze  

ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା'ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”


ଯଦି କୌଣସି ଲୋକ ମୋ'ଠାରେ ବିଶ୍ୱାସ କରେ ତେବେ ତା'ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମ ଶାସ୍ତ୍ରରେ ଲେଖା ଅଛି।”


କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”


“କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।


ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।


ହେ ଇସ୍ରାଏଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ୟାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହେବେ। ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


ମୋର ଭଗିନୀ, ମୋର ପ୍ରିୟେ, ଏକ ରୁଦ୍ଧ ଉଦ୍ୟାନ, ଏକ ରୁଦ୍ଧ ନିର୍ଝର, ଏକ ରୁଦ୍ଧ ଝରଣା।


ମୁଁ ହରିତ୍ ବୃକ୍ଷର ବନରେ ଜଳ ସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି।


ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।


ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିଯିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ।


ତୁମ୍ଭର ନିର୍ଝର ଆଶୀର୍ବାଦରେ ପ୍ରାପ୍ତ ହେଉ। ତୁମ୍ଭେ ସେହି ସ୍ତ୍ରୀକୁ ଉପଭୋଗ କର ଯାହାକୁ ଯୌବନକାଳରେ ବିବାହ କରିଥିଲ।


ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନେବେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ୟ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହେବ।


ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ।


Swiv nou:

Piblisite


Piblisite