Biblia Todo Logo
Bib sou entènèt

- Piblisite -




ପରମ ଗୀତ 4:11 - ପବିତ୍ର ବାଇବଲ

11 ଆଗୋ ମୋର ପ୍ରିୟେ, ମହୁଫେଣାରୁ ମହୁ ଝରିବା ପରି ତୁମ୍ଭ ଓଷ୍ଠାଧର ମହୁ ଝରେ। ଦୁ‌ଗ୍‌ଧମଧୁ ତୁମ୍ଭ ଜିହ୍ୱା ତଳେ ଥାଏ। ତୁମ୍ଭ ବସ୍ତ୍ରର ସୁଗନ୍ଧି ଲିବାନୋ‌ନ୍‌ର ସୁଗନ୍ଧ ତୁଲ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଗୋ ମୋହର କନ୍ୟେ, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ଵା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

11 ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।

Gade chapit la Kopi




ପରମ ଗୀତ 4:11
19 Referans Kwoze  

ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି। ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁ‌ଗ୍‌ଧପାନ କରିଅଛି। ଆସ ପରସ୍ପର ସହିତ ଆମୋଦ କରିବା। ଆସ ପ୍ରେମରେ ମତ୍ତ ହୋଇଯିବା। ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର। ହଁ, ଯଥେଷ୍ଟ ପ୍ରେମକୁ ପାନ କର।


ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ୟ, ସେହି ଦ୍ରାକ୍ଷାରସ ମୋ’ ପ୍ରିୟତମାଙ୍କ ଗଳ ଦେଶରେ ଧୀର ଭାବରେ ଗଳିଯାଏ ଏବଂ ମୋର ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ବହିଯାଏ।


ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ ସୁଗନ୍ଧି ତୃଣର ତଟ ସ୍ୱରୂପ। ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ ତହିଁରୁ ଦ୍ରବ ଗନ୍ଧରସ ଝରେ।


ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି।


ଅତଏବ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କେବେ ହେଲେ ବନ୍ଦ କରିବା ଉଚିତ୍ ନୁହେଁ। ମୁଖ ଦ୍ୱାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସେହି ‘ବଳି’ ଅଟେ।


କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ, “ଆମ୍ଭର ପାପକୁ ନେଇଯାଅ। ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର। ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।


ଇମ୍ମାନୁୟେଲ ଲହୁଣୀ ଓ ମହୁ ଖାଇବ। ତେଣୁ ସେ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ୟାଗ କରିବା ଜାଣିବ।


ତୁମ୍ଭର ଓଷ୍ଠାଧର ଉଜ୍ଜ୍ୱଳ ଲୋହିତ ରଙ୍ଗର ଫିତା ଓ ତୁମ୍ଭର ପାଟି ସୁନ୍ଦର। ଓଢ଼ଣା ତଳେ ତୁମ୍ଭ କପାଳ ଡାଳିମ୍ବ ଖଣ୍ଡ ତୁଲ୍ୟ।


ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ।


ପର ସ୍ତ୍ରୀ ସୁନ୍ଦର ହୋଇପାରେ, ତା'ର ମୁଖରୁ ମଧୁର ବାକ୍ୟ ଶୁଣାଯାଏ।


ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।


ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ। ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।


ଆଗୋ ମୋର ଭଗିନୀ, ହେ ମୋର ପ୍ରିୟେ, ତୁମ୍ଭର ପ୍ରେମ କେମନ୍ତ ମନୋରମ। ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା ଉତ୍ତମ।


ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ।


ତେବେ ତୁମ୍ଭେ ଚତୁର ହେବ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ।


Swiv nou:

Piblisite


Piblisite