Biblia Todo Logo
Bib sou entènèt

- Piblisite -




ପରମ ଗୀତ 4:1 - ପବିତ୍ର ବାଇବଲ

1 ହେ ମୋର ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦେଖାଯାଅ। ତୁମ୍ଭ ନେତ୍ର କପୋତ ତୁଲ୍ୟ, ତୁମ୍ଭର କେଶ ଗିଲିୟଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ, ତୁମ୍ଭେ ସୁନ୍ଦରୀ; ଘୁମୁଟା ତଳେ ତୁମ୍ଭ ନେତ୍ର କପୋତ ତୁଲ୍ୟ; ତୁମ୍ଭର କେଶ ଗିଲିୟଦ ପର୍ବତ ପାର୍ଶ୍ଵରେ ଆରାମକାରୀ ଛେଳିପଲ ତୁଲ୍ୟ।

Gade chapit la Kopi

ଓଡିଆ ବାଇବେଲ

1 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ; ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ; ତୁମ୍ଭର କେଶ ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ; ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ; ତୁମ୍ଭର କେଶ ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।

Gade chapit la Kopi




ପରମ ଗୀତ 4:1
17 Referans Kwoze  

ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ। ଦେଖ, ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।


ତୁମ୍ଭେ ମୋ’ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲିୟଦର ଚଟାଣରୁ ତଳକୁ ଆସୁଥିବା ଏକ ଛେଳିପଲ ତୁଲ୍ୟ।


ଓଢ଼ଣା ତଳେ ତୁମ୍ଭର ଦୁଇଟି କର୍ଣ୍ଣ ମୂଳ ଡାଳିମ୍ବ ତୁଲ୍ୟ ଦୁଇଟି ଫାଳ।


ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ୟର ଯତ୍ନ ନିଅ। ସେହି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପରେ ବାସ କରିବେ। ସେମାନେ ପୂର୍ବପରି ବାଶନ ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ।


ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ। ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ। ତହିଁର ବେଣୀ ପାଶରେ ରାଜା ବନ୍ଦୀରୂପେ ଧୃତ ଅଟନ୍ତି।


ହେ ମୋର କପୋତି, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ। ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମନୋହର।


ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।


ମୋର କାର୍ଯ୍ୟଭାର ତୁମ୍ଭେ ଗ୍ରହଣ କର। ମୋ'ଠାରୁ ଶିଖ। କାରଣ ମୁଁ ଆତ୍ମାରେ ସରଳ ଓ ନମ୍ର ତେଣୁ ତୁମ୍ଭେ ନିଜ ଆତ୍ମାରେ ବିଶ୍ରାମ ପାଇବ।


ମୁଁ ତୁମ୍ଭକୁ ଏପରି ସୌନ୍ଦର୍ଯ୍ୟରେ ମୋର ଐଶ୍ୱର୍ଯ୍ୟ ଦ୍ୱାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଗଲା।’” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।


ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ। ସେ ତୁମ୍ଭର ନୂତନ ପତି ହେବେ, ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।


ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲିୟଦ ଦେଲେ, ଆଉ ସେ ସେଠାରେ ବାସ କଲେ।


ରୁବେନ୍ ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁ ପଲ ଥିଲା। ଏଣୁ ସେମାନେ ଯାସେର ଓ ଗିଲିୟଦ ଦେଶଗୁଡ଼ିକୁ ଦେଖିଲେ, ସେ ସ୍ଥାନଗୁଡ଼ିକ ପଶୁପଲ ପାଇଁ ଉପଯୁକ୍ତ।


ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି, “ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍ ଓ ଲିବାନୋ‌ନ୍‌ର ଶୃଙ୍ଗସ୍ୱରୂପ ଅଟ। ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର ଓ ଜନଶୂନ୍ୟ ନଗରରେ ପରିଣତ କରିବା।


Swiv nou:

Piblisite


Piblisite