Biblia Todo Logo
Bib sou entènèt

- Piblisite -




ପରମ ଗୀତ 2:7 - ପବିତ୍ର ବାଇବଲ

7 ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମରେ ମୋ'ଠାରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହେବା ପର୍ଯ୍ୟନ୍ତ ପ୍ରେମକୁ ଜଗାଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ର-ସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ।

Gade chapit la Kopi




ପରମ ଗୀତ 2:7
15 Referans Kwoze  

ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହେବା ଯାଏ ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।


ହେ ଯିରୁଶାଲମର ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ, ମୋ’ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।


ଆଗୋ ଯିରୁଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।


ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।


ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର। ହେ ଯିରୁଶାଲମର କନ୍ୟାଗଣ, ସେ ମୋହର ପ୍ରିୟତମ, ସେ ମୋହର ସହୋଦର।


ମୋହର ପ୍ରିୟତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ୟ। ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି, ପ୍ରାଚୀର ପଛେ ଠିଆ ହୋଇଅଛନ୍ତି। ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।


ଯୀଶୁ କିନ୍ତୁ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିଲେ। ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”


“ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ, ସେ ଆନନ୍ଦଦାୟକ ବାକ୍ୟ କହିବ।


ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।


ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।


ହେ ମୋର ପ୍ରିୟତମ, ଯେତେବେଳେ ଦିନ ଆସେ ଓ ଛାଇ ତୁମ୍ଭଠାରୁ ଗଡ଼ିଯାଏ, ଫେରି ଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।


ହେ ମୋର ପ୍ରିୟତମ, ଚଞ୍ଚଳ ହୁଅ। ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣ ଶାବକ ତୁଲ୍ୟ ହୁଅ।


ସଦାପ୍ରଭୁ ମୋର ପ୍ରଭୁ, ମୋତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତିରେ ଦୌଡ଼ିବାରେ ମୋତେ ସାହାଯ୍ୟ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମୋର ସ୍ପନ୍ଦିତ ବାଦ୍ୟଯନ୍ତ୍ରରେ ସେ ପର୍ବତ ଉପରକୁ ମୋତେ ନିରାପଦରେ ଆଗେଇ ନିଅନ୍ତି।


Swiv nou:

Piblisite


Piblisite