Biblia Todo Logo
Bib sou entènèt

- Piblisite -




ପରମ ଗୀତ 2:13 - ପବିତ୍ର ବାଇବଲ

13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି। ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଡିମିରି ବୃକ୍ଷ ସ୍ଵ ଅପକ୍ଵ ଫଳମାନ ପକ୍ଵ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।

Gade chapit la Kopi

ଓଡିଆ ବାଇବେଲ

13 ଡିମ୍ବିରି ବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଡିମ୍ବିରିବୃକ୍ଷ ସ୍ୱ ଅପକ୍ୱ ଫଳମାନ ପକ୍ୱ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।

Gade chapit la Kopi




ପରମ ଗୀତ 2:13
16 Referans Kwoze  

ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।


କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ, ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।”


ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ,


ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।


“ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ।


ଖଳାରେ ଆଉ ଶସ୍ୟ ଅଛି କି? ନାଁ, କୌଣସି ଶସ୍ୟ ଖଳାରେ ନାହିଁ। ଦ୍ରାକ୍ଷାଲତାକୁ, ଡିମ୍ବିରି ଗଛକୁ, ଡାଳିମ୍ବ ବୃକ୍ଷକୁ ଏବଂ ଅଲିଭ୍ ଗଛକୁ ଲକ୍ଷ୍ୟ କର। ସେମାନେ ଫଳ ଧାରଣ କରୁଛନ୍ତି କି? ନାଁ, ସେ ସବୁ ଧାରଣ କରୁ ନାହାନ୍ତି। କିନ୍ତୁ ଆଜିଠାରୁ ଦେଖ, ସେଗୁଡ଼ିକ ଉତ୍ତମ ଫଳ ଧାରଣ କରିବେ, କାରଣ ଆମ୍ଭେ ଆର୍ଶୀବାଦ କରିବା।’”


ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ। ଲିବାନୋ‌ନ୍‌ର ଦେବଦାରୁ ଗଛଗୁଡ଼ିକ ସୁବାସ ବିତରଣ କଲାପରି ସେ ହେବ।


ଗ୍ରୀଷ୍ମକାଳୀନ ମଧ୍ୟାହ୍ନ ସମୟର ପ୍ରଚଣ୍ଡ ତା'ପରେ ଲୋକ ବିଶ୍ରାମ କରିବା ପରି, ଶସ୍ୟ ଛେଦନକାଳୀନ ଶିଶିର ଯୁକ୍ତ ମେଘପରି କ୍ଷାନ୍ତ ହୋଇ ନିରୀକ୍ଷଣ କରିବି। ତା'ପରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତାରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷାଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସେମାନେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦେବେ।


ମୁଁ କହିଲି, ମୁଁ ଖଜୁରି ଗଛ ଚଢ଼ିବି। ମୁଁ ତହିଁର ବାହୁଙ୍ଗା ଧରିବି। ତୁମ୍ଭର ସ୍ତନ ତୁଲ୍ୟ ହେଉ। ପୁଣି ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ।


ମୁଁ ଡିମ୍ବିରି ବୃକ୍ଷ କାଟିବାକୁ ସଦ୍ୟ ଗ୍ଭରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।


ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ। ଦେଖ, ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।


ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା ଛୋଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।


Swiv nou:

Piblisite


Piblisite