Biblia Todo Logo
Bib sou entènèt

- Piblisite -




ପରମ ଗୀତ 1:9 - ପବିତ୍ର ବାଇବଲ

9 ଆଗୋ ମୋର ପ୍ରିୟେ ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଗୋ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ଵିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।

Gade chapit la Kopi

ଓଡିଆ ବାଇବେଲ

9 ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।

Gade chapit la Kopi




ପରମ ଗୀତ 1:9
13 Referans Kwoze  

ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି। ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି। ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ ଏବଂ ବାହାରକୁ ଆସ।”


ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।


ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର।


ମୁଁ ନିଦ୍ରିତା ଥିଲି, ମାତ୍ର ମୋର ହୃଦୟ ଜାଗ୍ରତ ଥିଲା। ଏତ ମୋ’ ପ୍ରିୟତମଙ୍କ ରବ। ସେ ଦ୍ୱାରରେ ଆଘାତ କରି କହୁଛନ୍ତି, “ଆଗୋ ମୋର ଭଗିନୀ, ମୋର ପ୍ରିୟେ, ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ। କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।”


ଆଗୋ ମୋର ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ଯାଏ ସୁନ୍ଦରୀ। ତୁମ୍ଭଠାରେ କୌଣସି ଖୁଣ ନାହିଁ।


ହେ ମୋର ପ୍ରିୟେ, କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ ସେହିପରି ତୁମ୍ଭେ ଯୁବତୀଗଣ ମଧ୍ୟରେ ମୋର ପ୍ରିୟା।


ଆଗୋ ମୋର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ। ଦେଖ, ତୁମ୍ଭେ ସୁନ୍ଦରୀ ଅଟ। ତୁମ୍ଭର ଆଖି କପୋତ ପରି ଅଟେ।


ଆଗୋ ମୋର ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ଯିରୁଶାଲମ ପରି ଶୋଭାବତୀ, ଧ୍ୱଜାଧାରି ସୈନ୍ୟପରି ଭୟଙ୍କରୀ।


ହେ ମୋର ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦେଖାଯାଅ। ତୁମ୍ଭ ନେତ୍ର କପୋତ ତୁଲ୍ୟ, ତୁମ୍ଭର କେଶ ଗିଲିୟଦ ପର୍ବତରୁ ଓହ୍ଲାଇ ଆସୁଥିବା ଛେଳିପଲ ତୁଲ୍ୟ।


ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ।


ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।


Swiv nou:

Piblisite


Piblisite