Biblia Todo Logo
Bib sou entènèt

- Piblisite -




ରତର ବିବରଣ 4:4 - ପବିତ୍ର ବାଇବଲ

4 ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ତୁମ୍ଭେ ନଗରଦ୍ଵାରରେ ଉପବିଷ୍ଟ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର। ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରୁ ମୁଁ ଅଛି । ତହିଁରେ ସେ କହିଲା, ମୁଁ ତାହା ମୁକ୍ତ କରିବି।

Gade chapit la Kopi

ଓଡିଆ ବାଇବେଲ

4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ତୁମ୍ଭେ ନଗରଦ୍ୱାରରେ ଉପସ୍ଥିତ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର। ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରୁ ମୁଁ ଅଛି। ତହିଁରେ ସେ କହିଲା, “ମୁଁ ତାହା ମୁକ୍ତ କରିବି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ‘ତୁମ୍ଭେ ନଗର-ଦ୍ୱାରରେ ଉପସ୍ଥିତ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର।’ ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରେ ମୁଁ ଅଛି।” ତହିଁରେ ସେ କହିଲା, “ମୁଁ ତାହା ମୁକ୍ତ କରିବି।”

Gade chapit la Kopi




ରତର ବିବରଣ 4:4
12 Referans Kwoze  

ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର।


ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।


ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।


“ପୁଣି ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ନିଜେ ମୋତେ କହିଲ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ।’ ମାତ୍ର ଯେତେବେଳେ ଏହି ଭୂମି କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି, ମୁଁ କାହିଁକି ମୋର ଅର୍ଥ ନଷ୍ଟ କରିବି?”


“ନା ମୁନିବ, ସେପରି ହେବ ନାହିଁ। ମୋ’ କଥା ଶୁଣନ୍ତୁ ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ସ୍ତ୍ରୀର ମୃତ ଦେହକୁ କବର ଦିଅନ୍ତୁ।”


ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ। ତହିଁରେ ଯେବେ ସେ ଛିଡ଼ା ହୋଇ କହେ ଯେ, ‘ତାହାକୁ ଗ୍ରହଣ କରିବାକୁ ଆମ୍ଭର ଇଚ୍ଛା ନାହିଁ।’


ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ୟରୁ ଜଣେ ଅଟନ୍ତି।”


ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?” ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।


ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ'ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ।


Swiv nou:

Piblisite


Piblisite