Biblia Todo Logo
Bib sou entènèt

- Piblisite -




ରତର ବିବରଣ 3:3 - ପବିତ୍ର ବାଇବଲ

3 ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ଆପଣା (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ଆପଣାର ପରିଚୟ ଦିଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ନିଜ (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ନିଜର ପରିଚୟ ଦିଅ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ନିଜ (ଉତ୍ତମ) ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ; ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ନିଜର ପରିଚୟ ଦିଅ ନାହିଁ।

Gade chapit la Kopi




ରତର ବିବରଣ 3:3
10 Referans Kwoze  

ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର।


ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ।


ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ।


ତୁମ୍ଭର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମ୍ଭ ମସ୍ତକରେ ତୈଳର ଅଭାବ ନ ହେଉ।


ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।


ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି।


ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।”


ତା'ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା'ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।


“‘ତହୁଁ ମୁଁ ତୁମ୍ଭକୁ ଜଳରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ରକ୍ତ ଧୋଇ ଦେଲି ଓ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲି।


Swiv nou:

Piblisite


Piblisite