Biblia Todo Logo
Bib sou entènèt

- Piblisite -




ରତର ବିବରଣ 2:15 - ପବିତ୍ର ବାଇବଲ

15 ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା। ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହୁଁ ସେ ରାଁ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।

Gade chapit la Kopi




ରତର ବିବରଣ 2:15
5 Referans Kwoze  

କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା'ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ।


“ଆଉ ତୁମ୍ଭେମାନେ ଶସ୍ୟ କାଟିଲାବେଳେ, କ୍ଷେତ୍ରରୁ ସମସ୍ତ ଶସ୍ୟ ନିଃଶେଷ କରି କାଟିବ ନାହିଁ। ଆଉ ତଳେ ପଡ଼ିଥିବା ଶସ୍ୟକୁ ସାଉଁଟିବ ନାହିଁ। ତୁମ୍ଭେମାନେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”


ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।” ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା।


ତା'ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।”


“ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ।


Swiv nou:

Piblisite


Piblisite