Biblia Todo Logo
Bib sou entènèt

- Piblisite -




ରତର ବିବରଣ 1:13 - ପବିତ୍ର ବାଇବଲ

13 ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତେବେ ତୁମ୍ଭେମାନେ କି ସେମାନଙ୍କର ବୟଃପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥି ନିମନ୍ତେ ଆନ ସ୍ଵାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି; କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ନିର୍ଗତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

13 ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ ? ତୁମ୍ଭେମାନେ କି ଏଥି ନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋ’ ବିରୁଦ୍ଧରେ ଉଠି ଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।”

Gade chapit la Kopi




ରତର ବିବରଣ 1:13
11 Referans Kwoze  

“ମୋତେ ଦୟା କର। ମୋର ବନ୍ଧୁଗଣ ମୋତେ ଦୟାକର। କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି।


ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା


ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ। ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।


ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ୟା ନ କରୁ,” କାରଣ ନଗରର ସବୁଆଡ଼େ ମୃତ୍ୟୁଜନିତ ବ୍ୟାକୁଳତା ଜନ୍ମି ଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା।


ସଦାପ୍ରଭୁଙ୍କର ହସ୍ତ ସେମାନଙ୍କ ବିପକ୍ଷରେ ସମସ୍ତ ଲୋକମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ଥିଲା।


ଏହା ପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା'ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।


ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି?


ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।


ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।”


Swiv nou:

Piblisite


Piblisite