Biblia Todo Logo
Bib sou entènèt

- Piblisite -




ରୋମୀୟ 9:6 - ପବିତ୍ର ବାଇବଲ

6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଈଶ୍ଵରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଈଶ୍ୱରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ । କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,

Gade chapit la Kopi




ରୋମୀୟ 9:6
14 Referans Kwoze  

ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।


ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ?


ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ଏ ଜଣେ ପ୍ରକୃତ ଇସ୍ରାଏଲୀୟ ଲୋକ, ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”


ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!


ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।


ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।


ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ, ତଥାପି ସେ ବିଶ୍ୱସ୍ତ ହୋଇ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।


ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ।


ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି।


କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ।


Swiv nou:

Piblisite


Piblisite