Biblia Todo Logo
Bib sou entènèt

- Piblisite -




ରୋମୀୟ 9:4 - ପବିତ୍ର ବାଇବଲ

4 ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ଵ, ଗୌରବ, ନିୟମସମୂହ, ବ୍ୟବସ୍ଥାପ୍ରଦାନ, ଉପାସନା ଓ ପ୍ରତିଜ୍ଞା-ସମୂହ ସେମାନଙ୍କର;

Gade chapit la Kopi

ଓଡିଆ ବାଇବେଲ

4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;

Gade chapit la Kopi




ରୋମୀୟ 9:4
61 Referans Kwoze  

ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ।


ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!


ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ।


ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”


ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”


କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।


ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।


ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା।


ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।


ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା।


ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’


ମୋଶାଙ୍କ ଦ୍ୱାରା ଆମ୍ଭମାନଙ୍କୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା।


ମାତ୍ର ସଦାପ୍ରଭୁ କହନ୍ତି, “ଭବିଷ୍ୟତରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।


“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ।


ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କର ପରମେଶ୍ୱର ହେବି।


ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ।


ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା।


ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ଏ ଜଣେ ପ୍ରକୃତ ଇସ୍ରାଏଲୀୟ ଲୋକ, ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”


“ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା'ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ।


ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ। ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।


ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର। ଆମ୍ଭେ ତାହାକୁ ପ୍ରେମ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ। ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।” ଏହା ସଦାପ୍ରଭୁ କହନ୍ତି।


ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସେମାନଙ୍କୁ ଆଗେଇ ନେବା। ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ ସଳଖ ପଥରେ ଗମନ କରାଇବା। ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


“ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ।


“ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ।


“ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।


ମୋର ପ୍ରିୟତମ କ୍ଷେତଟିକୁ ଖୋଳି ପଥର ପରିଷ୍କାର କଲେ। ସେଥିରେ ଅତି ଉତ୍ତମ ଦ୍ରାକ୍ଷାଲତା ରୋପଣ କଲେ। ସେ କ୍ଷେତର ମଧ୍ୟଭାଗରେ ଗୋଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲେ ଏବଂ ସେ ଦ୍ରାକ୍ଷାକୁଣ୍ଡ ତିଆରି କଲେ। ସେ ଭଲ ଅଙ୍ଗୁର ଧରିବା ପାଇଁ ଅପେକ୍ଷା କଲେ, କିନ୍ତୁ ଉତ୍ତମ ପରିବର୍ତ୍ତେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।


ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।


ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।


ସେ ତାଙ୍କର ଶକ୍ତିର ପ୍ରତୀକକୁ କରାୟତ୍ତ କରିବା ପାଇଁ ଦେଲେ। ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।


ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।


ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।


ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି।


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ। ଏହା ପରେ ଏହି ଲୋକମାନେ ଉଠିବେ। ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନରେ ବିଦେଶୀୟ ଦେବଗଣର ଅନୁଗାମୀ ହୋଇ ବ୍ୟଭିଗ୍ଭର କରିବେ ଓ ଆମ୍ଭକୁ ତ୍ୟାଗ କରିବେ। ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।


ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନୁଯାୟୀ କେବଳ ତୁମ୍ଭମାନଙ୍କ ସହିତ ନୁହେଁ।


ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ,


ଏହା ପରେ ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କଲାବେଳେ, ନିୟମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୁବଦ୍ୱୟ ମଧ୍ୟରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ୱର ମୋଶାଙ୍କ ସହିତ କଥା ହେଲେ।


ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।


ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭେମାନେ ସେଠାରେ ମଧ୍ୟ ପାଳନ କରିବ, ସେହି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦେବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ।


ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”


ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ।


ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।


ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।


ତା'ପରେ ତୁମ୍ଭେମାନେ ତାଙ୍କର ନିୟମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିୟମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସେହି ନିୟମ ଲେଖିଲେ।


ସେହି ତେଜ ତା'ର ଚତୁର୍ପାର୍ଶ୍ୱରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦେଖାଗଲା, ଯାହା ବର୍ଷା ଦିନରେ ମେଘରେ ଦେଖାଯାଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ୱର ମୋତେ କିଛି କହୁଥିବାର ଶୁଣିଲି।


ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ।


ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ।


ବାକ୍ସ ଉପରେ କିରୁବ ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ ‘ଦୟାର ଆସନ’ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟରେ କହି ପାରିବୁ ନାହିଁ।


ମୋର କହିବା ଅନୁଯାୟୀ ସେହି ତମ୍ବୁରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କାର୍ଯ୍ୟ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି।


Swiv nou:

Piblisite


Piblisite