Biblia Todo Logo
Bib sou entènèt

- Piblisite -




ରୋମୀୟ 9:32 - ପବିତ୍ର ବାଇବଲ

32 କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡ଼ିବା ପଥରରେ ଝୁଣ୍ଟି ପଡ଼ିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 କାହିଁକି? କାରଣ ସେମାନେ ବିଶ୍ଵାସ ଦ୍ଵାରା ତାହା ନ ଖୋଜି କର୍ମ ଦ୍ଵାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,

Gade chapit la Kopi

ଓଡିଆ ବାଇବେଲ

32 କାହିଁକି ? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ । ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

32 ଏହାର କାରଣ ହେଉଛି, ସେମାନେ ନିଜ ଚେଷ୍ଟା ଉପରେ ନିର୍ଭର କରୁଥିଲେ, ବିଶ୍ୱାସ ଉପରେ ନୁହେଁ। ସେଥିପାଇଁ ସେମାନେ ବାଧା ଦେଉଥିବା ପ୍ରସ୍ତରରେ ଆଘାତ ପାଇ ଝୁଣ୍ଟି ପଡ଼ିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,

Gade chapit la Kopi




ରୋମୀୟ 9:32
15 Referans Kwoze  

କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି: “ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ ସେହି ପଥର ଲୋକଙ୍କ ପତନର କାରଣ ହୁଏ।” ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।


ତା'ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା।


ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”


ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ।


ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା।


ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।


ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।”


ଯଦି ତୁମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ ଏବଂ ଭକ୍ତି କରିବ ଏବଂ ପବିତ୍ରରେ ତାଙ୍କୁ ଗ୍ରହଣ କର, ତେବେ ସେ ତୁମ୍ଭର ଏକମାତ୍ର ଆଶ୍ରୟ ସ୍ଥାନ ହେବେ। କିନ୍ତୁ ତୁମ୍ଭେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶକ ନୁହଁ। ତେଣୁ ସେ ପଥର ସଦୃଶ ଯାହା ଜଣେ ଝୁଣ୍ଟିପଡ଼େ, ଯିରୁଶାଲମ ଲୋକମାନଙ୍କ ପାଇଁ ଗୋଟିଏ ଯନ୍ତା ଓ ଫାଶ।


ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।


ଶାସ୍ତ୍ର କୁହେ: “ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି ମୁଁ ରଖିଛି; ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”


Swiv nou:

Piblisite


Piblisite