Biblia Todo Logo
Bib sou entènèt

- Piblisite -




ରୋମୀୟ 9:25 - ପବିତ୍ର ବାଇବଲ

25 ଆମ୍ଭେମାନେ ସେହି ଲୋକ। ପରମେଶ୍ୱର କେବଳ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ଭିତରୁ ମଧ୍ୟ ଆମ୍ଭ ମାନଙ୍କୁ ଡାକିଲେ। ହୋଶେୟ ପୁସ୍ତକରେ ଏହିପରି ଲେଖା ଅଛି: “ଯେଉଁ ଲୋକମାନେ ଆମ୍ଭର ନ ଥିଲେ ସେମାନେ ଆମ୍ଭର ଲୋକ ବୋଲି ଆମ୍ଭେ ଡାକିବା ଓ ଯେଉଁମାନଙ୍କୁ ଆମ୍ଭେ ପ୍ରେମ କରୁ ନ ଥିଲୁ, ସେହି ଲୋକମାନଙ୍କୁ ଆମ୍ଭେ ପ୍ରିୟ ବୋଲି ଡାକିବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”

Gade chapit la Kopi

ଓଡିଆ ବାଇବେଲ

25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, "ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା ।'

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ଏ ସମ୍ପର୍କରେ ହୋଶେୟ ପୁସ୍ତକରେ ଈଶ୍ୱର କହିଛନ୍ତି: “ଯେଉଁମାନେ ଆମ୍ଭର ଲୋକ ନ ଥିଲେ; ସେମାନଙ୍କୁ ‘ନିଜର ଲୋକ’ ରୂପେ ଆହ୍ୱାନ କରିବୁ। ଯେଉଁ ଜାତିକୁ ଆମ୍ଭେ ପ୍ରେମ କରି ନ ଥିଲୁ, ତାକୁ ‘ଆମ୍ଭର ପ୍ରିୟ’ ବୋଲି ସମ୍ବୋଧନ କରିବୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”

Gade chapit la Kopi




ରୋମୀୟ 9:25
7 Referans Kwoze  

ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’ ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”


ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ। କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ। ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।


ଏବଂ ମୁଁ ଯେତେବେଳେ ତୁମ୍ଭକୁ ଅନାଇଲି, ସେତେବେଳେ ଦେଖିଲି ତୁମ୍ଭେ ପ୍ରେମ କରିବା ପାଇଁ ରାଜି ହୋଇଯାଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପରେ ମୋର ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲି ଏବଂ ତୁମ୍ଭେ ମୋର ହେଲ।’” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି


ତୁମ୍ଭେମାନେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତିପ୍ରାପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।


ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ।


ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଚିରଦିନ ପାଇଁ ତୁମ୍ଭର ନିଜର ଲୋକ କଲ ଏବଂ ତୁମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହୋଇଅଛ।


Swiv nou:

Piblisite


Piblisite