Biblia Todo Logo
Bib sou entènèt

- Piblisite -




ରୋମୀୟ 9:23 - ପବିତ୍ର ବାଇବଲ

23 ପରମେଶ୍ୱର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ଵାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?

Gade chapit la Kopi

ଓଡିଆ ବାଇବେଲ

23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କ'ଣ କହିବ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 ପୁଣି ସେ ତାଙ୍କର ପ୍ରଚୁର ଗୌରବ ପ୍ରକାଶ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଗ୍ରହର ପାତ୍ର ସ୍ୱରୂପେ ପୂର୍ବରୁ ମନୋନୀତ କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?

Gade chapit la Kopi




ରୋମୀୟ 9:23
22 Referans Kwoze  

ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।


ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିଯୁକ୍ତ ହେବା ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ସେହି ଶକ୍ତି ପ୍ରଦାନ କରିବେ।


ଆମ୍ଭେ ଯାହା, ତାହା କେବଳ ପରମେଶ୍ୱରଙ୍କ ଦ୍ୱାରା ହୋଇଅଛୁ। ଆମ୍ଭେ ଯେପରି ଭଲ କାମ କରି ପାରୁ, ସେଥିପାଇଁ ପରମେଶ୍ୱର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ନୂତନ ବ୍ୟକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ୟ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସେହି ଭଲକାମ କରି ଜୀବନଯାପନ କରିବା।


ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା'ହେଲେ ସେ ମୂଲ୍ୟବାନ କାମ ପାଇଁ ବିଶେଷ ଉପଯୋଗୀ ହେବ। ସେ ଲୋକ ପବିତ୍ର ହେବ। ମୁନିବ ତାହାକୁ ବ୍ୟବହାର କରି ପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ।


ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।


ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।


ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା'ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ।


ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା'ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ ବୋଲି ଧରା ହେବେ।


ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲଙ୍କର ପରମେଶ୍ୱର ଅଟ। ଅନୁଗ୍ରହ କରି ଯଥାର୍ଥ ବିଷୟ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କର। ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ୱସ୍ତ ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର।


ଯେହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କ କ୍ରୋଧର ବିଷୟ ହେବା ପାଇଁ ବାଛି ନାହାନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୁକ୍ତି ପାଇବା ପାଇଁ ପରମେଶ୍ୱର ଆମ୍ଭକୁ ବାଛିଛନ୍ତି।


ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି


ପରମେଶ୍ୱରଙ୍କ ଲୋକମାନଙ୍କ ଭିତରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁସମାଗ୍ଭର କହିବି। ସେହି ଐଶ୍ୱର୍ଯ୍ୟଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ସମ୍ଭବପର ନୁହେଁ।


କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି।


ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।


Swiv nou:

Piblisite


Piblisite