Biblia Todo Logo
Bib sou entènèt

- Piblisite -




ରୋମୀୟ 9:13 - ପବିତ୍ର ବାଇବଲ

13 ଶାସ୍ତ୍ର କୁହେ: “ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେପରି ଲେଖାଅଛି, “ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।”

Gade chapit la Kopi

ଓଡିଆ ବାଇବେଲ

13 ଯେପରି ଲେଖା ଅଛି, "ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ ।'

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଶାସ୍ତ୍ର ବାକ୍ୟ ଅନୁସାରେ, “ଯାକୁବ ଆମ୍ଭର ସନ୍ତୋଷଭାଜନ ହେଲା, ଏସୌ ନୁହେଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”

Gade chapit la Kopi




ରୋମୀୟ 9:13
9 Referans Kwoze  

“ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ।


ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, “ସଦାପ୍ରଭୁ ଶୁଣିଲେ ଯେ ମୋ’ ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ’ କୋଳରେ ଏହି ସନ୍ତାନ ଦେଇଛନ୍ତି।”


ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।


ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।


“ଯଦି ଜଣେ ଲୋକ ମୋ’ ପାଖକୁ ଆସେ, କିନ୍ତୁ ଯଦି ମୋ’ ଅପେକ୍ଷା ତା’ ବାପାମା, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତେବେ ସେ ଲୋକ ମୋର ଶିଷ୍ୟ ହୋଇ ପାରିବ ନାହିଁ। ଜଣେ ଲୋକକୁ ତା’ ନିଜ ଅପେକ୍ଷା ମୋତେ ଅଧିକ ଭଲ ପାଇବାକୁ ହେବ।


“ଯେଉଁ ଲୋକ ମୋ’ ଅପେକ୍ଷା ତା’ ବାପାମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ଯେଉଁ ଲୋକ ମୋ’ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ।


ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ରେମ କରେ, ସେ ଯଥା ସମୟରେ ଶାସ୍ତି ପାଏ।


ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ? “ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର ‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର ହୋଇଗଲା।


Swiv nou:

Piblisite


Piblisite